ପୋଲିସ ହାତରେ ଛିନତାଇ ଗ୍ୟାଙ୍ଗ, ୨୪ଟି ସୁନାଚେନ୍ ସହ ୫ଜଣ ଗିରଫ
ପୋଲିସକୁ ବଡ଼ ସଫଳତା, ୨୪ଟି ସୁନା ଚେନ୍ ସହ ଧରାପଡିଲେ ଛିନତାଇ ଗ୍ୟାଙ୍ଗ
ଅନୁଗୁଳ: ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଧରାପଡ଼ିଲେ ଛିନତାଇ ଗ୍ୟାଙ୍ଗ। ଅନୁଗୁଳ ଜିଲ୍ଲାରେ ୨୪ଟି ସୁନାଚେନ ସହ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ତାଳଚେର ପୋଲିସ।
ସମସ୍ତ ୫ଜଣ ଅଭିଯୁକ୍ତ ଏହି ୨୪ଟି ସୁନା ଚେନ୍ ଚୋରୀ ଘଟଣାରେ ସମ୍ପୃକ୍ତ ଥିଲେ। ଲୁଟ୍ ଚେନ ସହ ବାଇକ ମଧ୍ୟ ଜବତ ହୋଇଛି। ଅନୁଗୁଳ, ତାଳଚେର, କାମାକ୍ଷାନଗର ଓ ଢେଙ୍କାନାଳରୁ ଏହି ଲୁଟ୍ ହୋଇଛି। ଏ ନେଇ ଅନୁଗୁଳ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି।