ଡେଣା ନାହିଁ, କିନ୍ତୁ ଆକାଶରେ ଉଡୁଛି ଓଟ, ଦେଖିବାକୁ ଲାଗିଛି ଭିଡ଼

ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ବିନା ଡେଣାରେ ପବନରେ ଉଡୁଛି ଓଟ। ଓଟ ଉଡିଥିବା ଦୃଶ୍ୟ ଦେଖିବାକୁ ଲାଗିଛି ଲୋକଙ୍କ ଗହଳି।

ଦୁବାଇ: ଆକାଶରେ ଉଡ଼ିଲା ଓଟ। ଏହି କଥାଟି ଶୁଣିବା ପରେ  ଆପଣଙ୍କୁ ହୁଏତ ଲାଗୁଥିବ ଏହା କୌଣସି ଗପର କାହାଣୀ। କାରଣ ଆପଣମାନେ ଓଟକୁ ଚାଲୁଥିବାର ଦେଖିଥିଲେ କିମ୍ୱା ଦୌଡୁଥିବାର ଦେଖିଥିବେ। ହେଲେ ଓଟ ପୁଣି ଆକାଶରେ ଉଡିବ।

ଏକଥା ଟି ନିଶ୍ଚିତ ଭାବରେ ହଜମ ହେଉନଥିବ। ହେଲେ ଏହି କଥାଟି ସମ୍ପୂର୍ଣ୍ଣ ସତ। ଏକ ସପିଂ ମଲ୍ ଭିତରେ ଓଟଟି ଉଡୁଥିବାର ନଜର ଆସିଛି।  ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଓଟଟିର ମଧ୍ୟ କୌଣସି ଡେଣା ଲାଗିନି। କିନ୍ତୁ ଚାରି ଗୋଡ଼କୁ ହଲାଇ ଶୂନ୍ୟରେ ଉଡୁଛି ଓଟ। ଯାହାକୁ ଦେଖିବା ପାଇଁ ମଲ୍ ଭିତରେ ଲୋକଙ୍କ ଭିଡ଼ ମଧ୍ୟ ଜମିଛି।

ଆକାଶରେ ଓଟ: ତେବେ ଆକାଶରେ ଓଟ ଉଡ଼ିବା ଘଟଣାଟି ଦୁବାଇର ଏକ ସପିଂ ମଲରେ ଦେଖିବାକୁ ମିଳିଛି। ଯେଉଁଠି ମଲରେ ଥିବା ସମସ୍ତ ଲୋକ ଓଟ ଉଡିବା ଘଟଣାକୁ ଉପଭୋଗ କରୁଛନ୍ତି। ଆଉ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଉଛନ୍ତି।

ସମସ୍ତେ ଏହି ଘଟଣାକୁ ନିଜ ମୋବାଇଲରେ ମଧ୍ୟ ରେକର୍ଡ କରୁଥିବାର ନଜର ଆସିଛି। ତେବେ ପ୍ରକୃତରେ ଏହି ଘଟଣାଟି କେତେ ସତ। କାରଣ କେହି କେବେ ଓଟକୁ ଆକାଶରେ ଉଡିବାର ଦେଖିନଥିବେ। ନା ତାର କୌଣସି ଡେଣା ଅଛି। ନା ଉଡିବାର କୌଣସି କୌଶଳ। ତେବେ କିପରି ଏହା ସମ୍ଭବ।

କିପରି ଉଡ଼ିଲା ଓଟ: ତେବେ ଏହି ଘଟଣାଟି ଶୁଣି ସାରିବା ପରେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠୁଥିବ କି ସତରେ କ’ଣ ଓଟଟି ଆକାଶରେ ଉଡୁଛି। ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି, ପ୍ରକୃତରେ ଏହା ହାଇଟେକ୍ନୋଲୋଜିର କମାଲ। ଅନ୍ୟ ଅର୍ଥରେ କହିବାକୁ ଗଲେ ଏହା ଏଆଇର କମାଲ।

ଦେଖିବାକୁ ଗଲେ ଦୁବାଇ ଆଗରୁ ଏମିତି ଏଆଇ ଟେକ୍ନୋଲୋଜି ବ୍ୟବହାର କରି ଅନେକ ଚମତ୍କାର ଜିନିଷ ଉଦ୍ଭାବନ କରିଛି। ଯାହାକି ଦେଶ ଏବଂ ବିଶ୍ୱରେ ଲୋକମାନଙ୍କୁ ବେଶ ପ୍ରଭାବିତ କରେ। ଠିକ୍ ସେହିପରି ସପିଙ୍ଗ ମଲ୍‌ ଏବଂ ଦୁବାଇର ଅନ୍ୟ ସ୍ଥାମାନଙ୍କରେ ଫ୍ଲାଇଙ୍ଗ କାମେଲ ଅର୍ଥାତ୍‌ ଉଡନ୍ତା ଓଟୋ ର ପ୍ରଦର୍ଶନ ପ୍ରାୟତଃ କରାଯାଥାଏ।

ଏହି ଶୋ ମାନଙ୍କରେ ଓଟ ମାନଙ୍କୁ ଏପରି ଭାବେ ପ୍ରଦର୍ଶନ କରାଯାଇଥାଏ  ଯେପରି  ସତସତିଆ ଓଟୋ ଉଡୁଛି । କିନ୍ତୁ ବାସ୍ତବରେ ଏହା ନୁହେଁ ।