Breaking: ଯାତ୍ରୀବାହୀ ଅଟୋକୁ ପଛରୁ ଧକ୍କା ଦେଲା ଟ୍ରକ, ପାଣିଭର୍ତ୍ତି ଖାଲକୁ ଖସି ପଡ଼ିଲା ଅଟୋ, ୭ ମୃତ
ଅଟୋ ଉପରେ ମାଡିଗଲା ଟ୍ରକ। ଯାତ୍ରୀବାହୀ ଅଟୋକୁ ପଛରୁ ଧକ୍କା ଦେଲା ବାଲି ବିଝେଇ ଟ୍ରକ। ଦୁର୍ଘଟଣାରେ ପାଣିଭର୍ତ୍ତି ଖାଲକୁ ଖସି ପଡିଲା ଅଟୋ। ୭ ମୃତ ଅନେକ ଆହତ।
ବିହାର: ସକାଳୁ ସକାଳୁ ବଡ଼ ଦୁର୍ଘଟଣା। ଅଟୋ ଉପରେ ମାଡିଗଲା ଟ୍ରକ। ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ, ଏବେ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଘଟଣା ଘଟିଛି ବିହାରର ପାଟନା ମସୌର୍ହିର ନୁରା ବଜାର ନିକଟରେ। କିଛି ଯାତ୍ରୀଙ୍କୁ ନେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଏକ ଅଟୋକୁ ପଛ ପଟୁ ଆସି ଧକ୍କା ଦେଇଥିଲା ଏକ ବାଲି ବୋଝେଇ ଟ୍ରକ।
ଫଳରେ ଟ୍ରକଟି ଦୁର୍ଘଟଣା ପରେ ଏକ ପାଣିଭର୍ତ୍ତି ଖାଲ ଭିତରକୁ ଖସି ପଡିଥିଲା। ଯେଉଁଥିରେ ଅଟୋ ଚାଳକଙ୍କ ସମେତ ଯାତ୍ରୀ ମଧ୍ୟ ଥିଲେ। ଫଳରେ ଏତେବଡ ଦୁର୍ଘଟଣାରୁ ବଞ୍ଚି ପାରିନଥିଲେ ଯାତ୍ରୀ। ଯେଉଁଥିରେ ୭ ଜଣଙ୍କର ଜୀବନ ଚାଲିଗଲା। ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କଲା।