ବିଜେପି ପରେ ଆପ୍ ଖେଳିଲା ମହିଳା କାର୍ଡ, ବିଧାନସଭାରେ ଆମ୍ନା ସାମ୍ନା ହେବେ ଦୁଇ ମହିଳା ନେତ୍ରୀ

ବିଜେପିର ଝଟକା ପରେ ଆପ୍ ଦେଲା ଝଟକା। ଦିଲ୍ଲୀରେ ବିଜେପି ଜଣେ ମହିଳା ନେତ୍ରୀ ହାତରେ ଦିଲ୍ଲୀର ଭବିଷ୍ୟତ ଟେକି ଦେଇଥିବା ବେଳେ, ଆପ୍ ମଧ୍ୟ ବିରୋଧୀ ଦଳ ନେତା ଭାବରେ ସରକାରଙ୍କ ପାଖରେ ସ୍ୱର ଉଠାଇବାକୁ ଜଣେ ମହିଳାଙ୍କୁ ଦାୟିତ୍ୱ ଦେଇଛି।

ନୂଆଦିଲ୍ଲୀ: ବିଧାନସଭାରେ ଦେଖିବାକୁ ମିଳିବ ଜୋରଦାର ଆରୋପ ଆଉ ପ୍ରତ୍ୟାରୋପ। ଆଉ ସେହି ବିଧାନସଭାରେ ଦୁଇ ପ୍ରତିପକ୍ଷ ଦଳର ମୁଖ୍ୟ ହେଉଛନ୍ତି ମହିଳା। ଏକଥା କହିବାର ତାତ୍ପର୍ଯ୍ୟ ବିଜେପି ପରେ ଏବେ ଆପ୍ ଖେଲିଛି ମହିଳା କାର୍ଡ।

ପ୍ରଥମେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଜଦେଖିବାକୁ ମିଳିଲା ବଡ଼ ପରିବର୍ତ୍ତନ। ଆଉ ଦିଲ୍ଲୀରେ ନିଜର ପତିଆରା ବିସ୍ତାର କଲା ଭାରତୀୟ ଜନତା ପାର୍ଟି। ଆଉ ତାପରେ ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରି ସମସ୍ତଙ୍କୁ ଚମକାଇ ଦେଲା ବିଜେପି। ଠିକ୍ ସେହିପରି ଆପ୍ ମଧ୍ୟ ମହିଳା କାର୍ଡ ଖେଳି ଏକ ଝଟକା ଦେଇଛି।

ବିଜେପି-ଆପ୍ ମହିଳା କାର୍ଡ: ଏକଥା କହିବାର ଅର୍ଥ ରବିବାର ଆମ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ନିର୍ବାଚିତ ହୋଇଛନ୍ତି। କେବଳ ସେତିକି ନୁହେଁ ଆତିଶୀ ପ୍ରଥମ ମହିଳା ଭାବରେ ଦିଲ୍ଲୀରେ ବିରୋଧୀ ଦଳ ନେତାର ସ୍ଥାନ ପାଇଛନ୍ତି।

ତେଣୁ ଏବେ ଦିଲ୍ଲୀ ବିଧାନସଭାରେ ଦୁଇଜଣ ମହିଳା ନେତ୍ରୀ ମୁହାଁମୁହିଁ ହେବେ। ଗୋଟେପଟେ ବିଜେପିର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଆଉ ଅନ୍ୟପଟେ ଆପର ବିରୋଧୀ ଦଳ ନେତା ଆତିଶୀ ମାର୍ଲେନା। ତେଣୁ ବିଧାନସଭାରେ ଏଥର ନୂଆ ନୂଆ ଘଟଣାମାନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛିଛ।

ଆତିଶୀଙ୍କ ସ୍ଥାନ ପରିବର୍ତ୍ତନ: ତେବେ ଯଦି ଦେଖିବା ଅଳ୍ପ ଦିନ ବ୍ୟବଧାନରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେକାର ବିରୋଧୀ ଦଳ ନେତା ଆତାଶୀଙ୍କର ସ୍ଥାନରେ ପରିବର୍ତ୍ତନ ହେଉଛି। ପ୍ରଥମେ ସେ ଦିଲ୍ଲୀ ସରକାରରେ ଶିକ୍ଷା, ଅର୍ଥ ଏବଂ ଶକ୍ତି ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିଲେ।

ହେଲେ ପରେ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ। ଦଳର ସହମତିରେ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା। ହେଲେ ମାତ୍ର ୫ ପରେ ନିର୍ବାଚନରେ ବିଜେପି ବାଜିମାତ୍ କଲା। ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିଲା।

ହେଲେ ୫ ପରେ ପୁଣିଥରେ ଆତିଶୀଙ୍କ ପଦରେ ପରିବର୍ତ୍ତନ ହେଲା। କାରଣ ଏବେ ସେ ବିରୋଧୀ ଦଳର ସ୍ୱର ହୋଇଛନ୍ତି। ବା ତାଙ୍କୁ ବିରୋଧୀ ଦଳ ନେତା ଭାବରେ ଆପ ବାଛିଛି।

ଯେହେତୁ ଚଳିତ ନିର୍ବାଚନରେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ସୌରଭ ଭରଦ୍ୱାଜଙ୍କ ଭଳି ବଡ଼ ଦଳର ନେତା ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ, ସେତେବେଳେ ଆତିଶୀ କାଲକାଜୀ ଆସନ ବଞ୍ଚାଇବାରେ ସଫଳ ହୋଇଥିଲେ। ତେଣୁ ତାଙ୍କୁ ବିରୋଧୀ ଦଳ ନେତା ଭାବରେ ବଛାଯାଇଥିବା କୁହାଯାଉଛି।