ପୋଲାଭରମ ପ୍ରକଳ୍ପ ବିବାଦ: ୨୮ରେ ଆନ୍ଦୋଳନ କରିବ ବିଜେଡି

ପୋଲାଭରମ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର: ବାଦବିବାଦ ଭିତରେ ଛନ୍ଦି ହୋଇ ରହିଥିବା ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ ହୋଇ ରହିଛି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ବିଜେଡି ପ୍ରଥମରୁ ହିଁ ସ୍ବରତ୍ତୋଳନ କରିଆସୁଛି।

ତେବେ ବର୍ତ୍ତମାନ ୨୮ ତାରିଖରେ ପୋଲାଭରମ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରିବ ବିଜେଡି। କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନରେ ସାମିଲ ହେବ BJD।

ପୋଲାଭରମ ପ୍ରକଳ୍ପ ହେଲେ ଓଡିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ରୁ ଅଧିକ ଗ୍ରାମ ଜଳମଗ୍ନ ହେବ ଓ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ଏହି ପ୍ରକଳ୍ପ କାମ ଆଗକୁ ବଢ଼ିବା ଉଚିତ ନୁହେଁ ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ ରହିଛି।