Big Breaking: ସକାଳୁ ସକାଳୁ ଥରିଲା ଓଡ଼ିଶା ମାଟି, ରିକ୍ଟର ସ୍କେଲରେ ତୀବ୍ରତା 5.1
ଓଡ଼ିଶାରେ ମୃଦୁ ଭୂକମ୍ପ ଝଟକା । ବଙ୍ଗୋପସାଗରରେ ରହିଛି କେନ୍ଦ୍ରସ୍ଥଳ ।
ଭୁବନେଶ୍ବର: ଓଡ଼ିଶାରେ ମୃଦୁ ଭୂକମ୍ପ ଝଟକା । ସକାଳୁ ସକାଳୁ ଥରିଲା ଓଡ଼ିଶା ମାଟି । ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସମେତ ବାଲେଶ୍ବର ଏବଂ ପାରାଦ୍ବୀପରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି ।
ତେବେ ବଙ୍ଗୋପସାଗରରେ ଏହାର କେନ୍ଦ୍ରସ୍ଥଳ ରହିଥିବା ସୂଚନା ରହିଛି । ରିକ୍ଟର ସ୍କେଲରେ ତୀବ୍ରତା 5.1 ରେକର୍ଡ କରାଯାଇଛି ।
ପୁରୀରୁ 286 ଏବଂ ଭୁବନେଶ୍ବରରୁ 297 କିମି ଦୂରରେ ଭୂକମ୍ପ କେନ୍ଦ୍ରୀଭୂତ । ସେହିପରି ଭୁବନେଶ୍ବର ଠାରୁ 394 କିମି ଦୂରରେ କେନ୍ଦ୍ରୀଭୂତ ରହିଛି ।
ତେବେ ଏହାର ଝଟକା ଭାରତ ଏବଂ ବାଂଲାଦେଶରେ ମଧ୍ୟ ଅନୁଭୂତ ହୋଇଛି । ତେବେ ଭୂକମ୍ପକୁୁ ଲୋକେ ମଧ୍ୟ ଅନୁଭୂତ କରିଛନ୍ତି । ସକାଳୁ ସକାଳୁ କିଛି ସମୟ ପାଇଁ ମାଟି ଥରିଲା ଭଳି ମନେ ହେଇଥିଲା ।
ବିଶେଷଭାବେ ଉପକୂଳ ଅଞ୍ଚଳରେ ଲୋକେ ଅନୁଭୂତ କରିଥିଲେ । ଘରର ଫ୍ୟାନ ମଧ୍ୟ ଦୋହଲିଥିବା ନେଇ କିଛି ଲୋକେ କହିଛନ୍ତି । ଭୂକମ୍ପ ନେଇ କୌଣସି କ୍ଷୟକ୍ଷତି ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିପାରି ନାହିଁ ।