ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଚୟନ ବିଳମ୍ବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । କହିଲେ ୩୧ ମାର୍ଚ୍ଚ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନାଁ ହେବ ଘୋଷଣା । ରାଜ୍ୟ ବିଜେପି ସଭାପତି କିଏ ହେବେ, ଏପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ନିର୍ଦେଶ ଆସିନାହିଁ ।
ଏନେଇ ଶୀଘ୍ର ନିର୍ଣ୍ଣୟ ନେବେ ବିଜେପି ଜାତୀୟ ନେତୃତ୍ବ। ୧୫ ମାର୍ଚ୍ଚ ପୂର୍ବରୁ ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କେନ୍ଦ୍ର ଏବଂ ଓଡିଶା ଦାୟିତ୍ୱରେ ଥିବା ସଞ୍ଜୟ ଜୟଶ୍ୱାଲଙ୍କ ସହ ଆମେ ଆଲୋଚନା କରାଯିବ ବୋଲି ପ୍ରଭାରୀ ବିଜୟ ପାଲ ସିଂ କହିଛନ୍ତି । ସେପଟେ ବିଭିନ୍ନ ବୋର୍ଡ ଏବଂ ନିଗମ ନିଯୁକ୍ତି ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ରାଜ୍ୟ ପ୍ରଭାରୀ ।