Mahakumbh Last Amrit Snan: ଆଜି ମହାକୁମ୍ଭର ମହାସମାପନ, ସକାଳ ୫ଟା ସୁଦ୍ଧା ବୁଡ଼ ମାରିଲେଣି ୨୬ ଲକ୍ଷ ଶ୍ରଦ୍ଧାଳୁ

ମହାଶିବରାତ୍ରୀରେ ମହାକୁମ୍ଭରେ ଆଜି ଅନ୍ତିମ ଅମୃତ ସ୍ନାନ । ତ୍ରିବେଣୀ ସଙ୍ଗମରେ ୩ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ଆଶଙ୍କା ।

ଭୁବନେଶ୍ବର: ଆଜି ପବିତ୍ର ମହା ଶିବରାତ୍ରୀ । ପ୍ରୟାଗରାଜରେ 45 ଦିନ ଧରି ଚାଲିଥିବା ମହାକୁମ୍ଭ ମେଳାର ଆଜି ଅନ୍ତିମ ଦିନ । ଏନେଇ ଆଜି ଶ୍ରଦ୍ଧାଳୁଙ୍କର ଅସଂଖ୍ୟ ଭିଡ ଦେଖିବାକୁ ମିଳିଛି । ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ତେବେ ଅମୃତ ସ୍ନାନର ଶେଷ ଦିନରେ 3କୋଟିରୁ ଅଧିକ ଲୋକଙ୍କର ଆଗମନ ଆଶଙ୍କା କରାଯାଇଛି । ସକାଳ 5ଟା ସୁଦ୍ଧା 26 ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ତେବେ ମୋଟ 45 ଦିନର କୁମ୍ଭମେଳାରରେ 65 କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇଥିବା କୁହାଯାଉଛି ।

ଆସ୍ଥା, ବିଶ୍ବାସ, ଶ୍ରଦ୍ଧା ସହିତ ମହାକୁମ୍ଭ ମେଳାରେ ସରକାରଙ୍କ ଶ୍ରେଷ୍ଠ ପରିଚାଳନା ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିଛି । ଏହି ଧାର୍ମିକ ମହୋତ୍ସବର ସାକ୍ଷୀ ହେବାକୁ ପ୍ରାୟ 25ରୁ ଅଧିକ ଦେଶର ଶ୍ରଦ୍ଧାଳୁ ଆସି ସଙ୍ଗମରେ ବୁଡ ପକାଇଛନ୍ତି ବୋଲି ସୂଚନା ମିଳିଛି ।

ତେବେ ଦଳାଚକଟା ଭଳି ଘଟଣାକୁ ଏଡାଇବା ପାଇଁ ନିକଟତମ ଘାଟରେ ସ୍ନାନ କରି ଫେରିଯିବାକୁ ଆହ୍ବାନ କରାଯାଇଛି । ଜାନୁଆରୀ 13 ତାରିଖରୁ ଆରମ୍ଭ ହେଉଥିବା କୁମ୍ଭମେଳା ଆଜି ଶେଷ ହେବ । ଅନେକ ବିଦେଶୀ ମଧ୍ୟ ଆସି ସ୍ନାନ କରିଥିବା ଜଣାପଡିଛି ।