Kedarnath Dham: କେବେ ଖୋଲିବ କେଦାରନାଥ ଧାମ? ସାମ୍ନାକୁ ଆସିଲା ତାରିଖ
ପବିତ୍ର ମହାଶିବରାତ୍ରୀ ଅବସରରେ ଘୋଷଣା ହେଲା କେଦାର ନାଥ ମନ୍ଦିର କବାଟ ଖୋଲିବା ତାରିଖ ।
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଅବସ୍ଥିତ କେଦାରନାଥ ଧାମର ଦ୍ୱାର କେବେ ଖୋଲିବ ସେ ନେଇ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ 2 ତାରିଖରେ ଖୋଲିବ କବାଟ । ସକାଳ 7ଟା ବେଳେ କେଦାରନାଥଙ୍କ ଦ୍ବାର ଖୋଲାଯିବ ।
ମହା ଶିବରାତ୍ରୀ ପର୍ବ ଅବସରରେ, ଉଖିମଠର ଓଁକାରେଶ୍ୱର ମନ୍ଦିରର ଶୀତଦିନିଆ ପୂଜାସ୍ଥାନ ଦିନଟି ବାହାର କରାଯାଇଛି । ପବିତ୍ର ଶିବରାତ୍ରୀ ଅବସରରେ ଲୋକଙ୍କ ଗହଳି ଜମିଥିବା ବେଳେ ଏହି ଘୋଷଣା କରାଯାଇଛି ।
ନଭେମ୍ବର 3ରେ ବନ୍ଦ ହୋଇଥିଲା କବାଟ- ବିଶ୍ୱ ପ୍ରସିଦ୍ଧ ୧୧ତମ ଜ୍ୟୋତିର୍ଲିଙ୍ଗ ଶ୍ରୀ କେଦାରନାଥ ଧାମ ନଭେମ୍ବର ୩ ତାରିଖରେ ବୈଦିକ ରୀତିନୀତି ଏବଂ ଧାର୍ମିକ ପରମ୍ପରା ସହିତ ଓମ୍ ନମଃ ଶିବାୟ, ଜୟ ବାବା କେଦାର କେ ଜୟ ସ୍ଲୋଗାନ ଏବଂ ଭାରତୀୟ ସେନା ବ୍ୟାଣ୍ଡର ଭକ୍ତିପୂର୍ଣ୍ଣ ଧ୍ୱନି ମଧ୍ୟରେ ବନ୍ଦ ହୋଇଯାଇଥିଲା। ଏହି ସମୟରେ ବହୁ ସଂଖ୍ୟାରେ ଉପସ୍ଥିତ ଭକ୍ତମାନେ ସେନା ବ୍ୟାଣ୍ଡର ତାଳେ ତାଳେ ଭକ୍ତିରେ ନାଚୁଥିବାର ଦେଖାଯାଇଥିଲା।
ଆପଣଙ୍କୁ କହି ରଖୁଛୁ ଯେ ପ୍ରତିବର୍ଷ ଶୀତ ଆରମ୍ଭ ହେବା ମାତ୍ରେ କେଦାରନାଥ ଧାମର ଦ୍ୱାର ବନ୍ଦ ହୋଇଯାଏ । ଏହା ପରେ ବାବା କେଦାରନାଥଙ୍କ ପାଲକି ତାଙ୍କର ଶୀତକାଳୀନ ଆସନ, ଓଁକାରେଶ୍ୱର ମନ୍ଦିର, ଉଖିମଠକୁ ପ୍ରସ୍ଥାନ କରେ । ଏହା ପରେ ପରବର୍ତ୍ତୀ 6 ମାସ ପାଇଁ, ବାବା କେଦାରନାଥଙ୍କୁ ତାଙ୍କ ଶୀତକାଳୀନ ଆସନ, ଓଁକାରେଶ୍ୱର ମନ୍ଦିର, ଉଖିମଠରେ ପୂଜା କରାଯାଏ ।