ଏଣିକି ଛୁଆ ଦେଇପାରିବେ ସାକ୍ଷୀ, କୌଣସି ବୟସସୀମାର ଆବଶ୍ୟକତା ନାହିଁ: ସୁପ୍ରିମକୋର୍ଟ
୭ ବର୍ଷର ଝିଅ ଦେଲା ସାକ୍ଷୀ । ବାପାକୁ ହେଲା ଆଜୀବନ କାରାଦଣ୍ଡ ।
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । କୁନି ଝିଅର କଥା ଶୁଣି ବାପାକୁ ସଜ୍ଜା ଦେଲେ ସୁପ୍ରିମକୋର୍ଟ । ଯଦି ଜଣେ ଛୁଆ ସାକ୍ଷୀ ଦେବା ପାଇଁ ଯୋଗ୍ୟ ତାହେଲେ ତଥ୍ୟ ଆଧାରରେ ବିଚାର କରାଯିବ ବୟସ ଦେଖାଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ଛୁଆର କଥା ଶୁଣିଲେ ସୁପ୍ରିମକୋର୍ଟ- ଜଣେ 7 ବର୍ଷର ଛୁଆର ସାକ୍ଷୀକୁ ଆଧାର କରି ବାପାକୁ କୋର୍ଟ ଦଣ୍ଡ ଶୁଣାଇଛନ୍ତି । ଅଭିଯୁକ୍ତକୁ ଆଜୀବନ ସଜ୍ଜା ଶୁଣାଯାଇଛି ।
ସାକ୍ଷୀ ଦେବାର କୌଣସି ବୟୟସୀମା ନାହିଁ- ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଛୋଟ ଛୁଆଙ୍କୁ ବୟସକୁ ଦେଖି ଅଣଦେଖା କରନ୍ତୁ ନାହିଁ । ଯଦି ଜଣେ ସାକ୍ଷୀ ଦେବା ପାଇଁ ଯୋଗ୍ୟ ହୋଇଥିବ ତାହେଲେ ସୁପ୍ରିମକୋର୍ଟରେ ତାଙ୍କ କଥାକୁ ଗୁରୁତ୍ବ ଦିଆଯିବ । ସୁପ୍ରିମକୋର୍ଟ କହିଛନ୍ତି, ଛୁଆମାନଙ୍କ ମନ ସ୍ବଚ୍ଛ, ତେଣୁ ତାଙ୍କ ପାଇଁ ସାକ୍ଷୀ ଦେବାର କୌଣସି ସମୟସୀମା ନାହିଁ ।
ଖବର ଅନୁସାରେ, ଛୁଆ ଆଗରେ ମାଆକୁ ହତ୍ୟା କରିଥିଲା ବାପା । କିନ୍ତୁ ସାକ୍ଷୀର ଅଭାବ ରହିଥିବାରୁ ଦୋଷମୁକ୍ତ ହେବାକୁ ବସିଥିଲା ବାପା । କିନ୍ତୁ 7 ବର୍ଷର ଝିଅର ସାକ୍ଷୀକୁ ଆଧାର କରି କୋର୍ଟ ସଜ୍ଜା ଶୁଣାଇଛନ୍ତି ।