ଏକତରଫା ପ୍ରେମର କରୁଣ ପରିଣତି, ଘରେ ପଶି ମହିଳାଙ୍କୁ ଛୁରାମାଡ଼
ଗୋପ ଥାନା ଖଣ୍ଡାସାହିରେ ଘରେ ପଶି ମହିଳାଙ୍କୁ ଛୁରାମାଡ଼ ।
ଭୁବନେଶ୍ବର: କୋଣାର୍କରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରାମାଡ଼ । ଯେତେ ଏହି କାଣ୍ଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଯୁବକ ।
ଖବର ଅନୁସାରେ, ଗୋପ ଥାନା ଖଣ୍ଡାସାହିରେ ଘରେ ପଶି ମହିଳାଙ୍କୁ ଛୁରାମାଡ଼ ହୋଇଛି । ତେବେ ଗୁରୁତର ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ତେବେ ଅଭିଯୁକ୍ତ ଯୁବକ ଛୁରାମାଡ କରି ଫେରାର ହୋଇଯାଇଛି । ଯୁବକ ଜଣଙ୍କ ପୂର୍ବରୁ ଥରେ ପ୍ରେମ ନିବେଦନ କରି ଜେଲ୍ ଯାଇଥିଲା । ଜେଲ୍ରୁ ଫେରିବା ପରେ ମହିଳାଙ୍କୁ ଛୁରାମାଡ଼ କରିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ନାମ ଖଣ୍ତାସାହି ଗାଁର ବିଜୟ କୁମାର ବେହେରା । ଆଜି ଭୋର୍ ସମୟରେ ମହିଳା ଜଣଙ୍କ ଘର କାମ କରୁଥିବା ବେଳେ ସଂପୃକ୍ତ ଯୁବକ ଜଣକ ଘର ଭିତରକୁ ପଶି ଆସି ଧାରୁଆ ଛୁରିରେ ଆକ୍ରମଣ କରିଥିଲେ । ତେବେ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।