Breaking: ରୋମିଓ IIC ଗିରଫ, କିଛି ସମୟ ପୂର୍ବରୁ ନିଲମ୍ୱନ କରିଥିଲେ ଡିଜି
ରସିକିଆ IIC ଗିରଫ। ଜଗତସିଂହପୁର କୁଜଙ୍ଗର ପୂର୍ବତନ IIC ତପନ ନାହାକ ଗିରଫ। ସରକାରୀ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ଅଭିଯୋଗରେ ଗିରଫ କରିଛି ପୋଲିସ।
ଜଗତସିଂପୁର: ରସିକିଆ IIC ଗିରଫ। ଜଗତସିଂହପୁର କୁଜଙ୍ଗର ପୂର୍ବତନ IIC ତପନ ନାହାକ ଗିରଫ। ସରକାରୀ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ଅଭିଯୋଗରେ ଗିରଫ। କିଛି ସମୟ ପୂର୍ବରୁ ନିଲମ୍ୱନ କରିଥିଲେ ଡିଜି। ଆଉ ଏବେ ରୋମିଓ ବଏକୁ ଗିରଫ କରିଛି ପୋଲିସ।
ମହିଳା ହୋମଗାର୍ଡଙ୍କ ଅଭିଯୋଗ ଆଧାରରେ ତପନଙ୍କୁ ନିଲମ୍ୱିତ କରାଯାଇଥିଲା। ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ତପନ। ଏପରିକି ସେ ମଧ୍ୟ ପୂର୍ବରୁ ବିବାହିତ ଏବଂ ତାଙ୍କର ଛୁଆପିଲା ଅଛନ୍ତି। ନିଲମ୍ୱନ ପରେ ଏବେ ତାଙ୍କୁ ଗିରଫ କରାଯାଇଛି।
ନିଲମ୍ୱିତ କଲେ ଡିଜି: ଓଡ଼ିଶା ଡିଜି ୱାଇ ବି ଖୁରାନିଆ ବୁଧବାର ଦିନ କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ତପନ ନାହାକଙ୍କୁ ଦୁର୍ବ୍ୟବହାର ଏବଂ ତାଙ୍କ ପଦବୀର ଅପବ୍ୟବହାର ପାଇଁ ନିଲମ୍ବିତ କରିଛନ୍ତି।
ନାହାକଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯିବାର ଗୋଟିଏ ଦିନ ପରେ ତାଙ୍କୁ ନିଲମ୍ୱିତ କରାଯାଇଛି। ସୋମବାର ଜଣେ ମହିଳା ହୋମଗାର୍ଡଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ମିଥ୍ୟା ପ୍ରତିଶୃତି: ସେ ଜଗତସିଂହପୁର ପୋଲିସ ଷ୍ଟେସନରେ ଅତିରିକ୍ତ IIC ଭାବରେ କାର୍ଯ୍ୟ କରୁଥିବା ସମୟରେ ମହିଳା ହୋମଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗ ହୋଇଛି। ଯେଉଁଠାରେ ସେ ମଧ୍ୟ ପୋଷ୍ଟିଂ ହୋଇଥିଲେ। କିନ୍ତୁ କୁଜଙ୍ଗ ପୋଲିସ ଷ୍ଟେସନକୁ IIC ଭାବରେ ବଦଳି ହେବା ପରେ ସେ ତାଙ୍କୁ ଏଡାଇ ଦେଇଥିଲେ।
ପୂର୍ବରୁ ବିବାହିତ: ସୂଚନାନୁସାରେ, ରସିକିଆ ପୂର୍ବତନ IIC ପୂର୍ବରୁ ବିବାହିତ। ତାଙ୍କର ଘରେ ସ୍ତ୍ରୀ ଓ ପିଲା ମଧ୍ୟ ଅଛନ୍ତି। ହେଲେ ତା ପରେ ବି ପୂର୍ବତନ IIC ଙ୍କର ରୋମିଓ ଗିରି ବାହରିଥିଲା। ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଭୁଲିଯାଇଥିଲେ।