AFG vs ENG: ଇବ୍ରାହିମ ଜାଦ୍ରାନ ଭାଙ୍ଗିଲେ ବିଶ୍ୱ ରେକର୍ଡ; ଶତକ ସହିତ ସୃଷ୍ଟି କଲେ ନୂଆ ଇତିହାସ, CTରେ ପ୍ରଥମ ଥର ପାଇଁ ହେଲା ଏହି ଚମତ୍କାର

ଇଂଲଣ୍ଡକୁ ୩୨୬ ରନର ବିଜୟ ଲକ୍ଷ୍ୟ ଦେଲା ଆଫଗାନିସ୍ତାନ ।

ନୂଆଦିଲ୍ଲୀ: ଆଫଗାନିସ୍ତାନର ଯୁବ ଓପନର ଇବ୍ରାହିମ ଜାଦ୍ରାନ ଇଂଲଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି । ଦଳର ଓପନର ଜାଦ୍ରାନ ଏହି ଟୁର୍ଣ୍ଣାମେଣ୍ଟରେ ଶତକ ହାସଲ କରିବାରେ ପ୍ରଥମ ଆଫଗାନିସ୍ତାନ ବ୍ୟାଟସମ୍ୟାନ ହୋଇଛନ୍ତି ।

ଲାହୋରରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିର ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ପ୍ରଥମେ 3ଟି ଓ୍ବିକେଟ ପଡିଯାଇଥିଲା । ଏହାପରେ ୨୩ ବର୍ଷୀୟ ଯୁବ ଓପନର ଜାଦ୍ରନ୍ ଇନିଂସର ଦାୟିତ୍ୱ ନେଇ ରନ୍ ବର୍ଷା କରିଥିଲେ। ଏପରିକି ଐତିହାସିତ ଶତକ ମଧ୍ୟ ହାସଲ କରିଥିଲେ । ଇବ୍ରାହିମ୍ ତାଙ୍କ ଓ୍ବାନ-ଡେ କ୍ୟାରିୟରର ଷଷ୍ଠ ଶତକ ହାସଲ କରିଥିଲେ ଏବଂ ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନ ପାଇଁ ଶତକ ଖାତା ମଧ୍ୟ ଖୋଲିଥିଲେ ।

ଚାମ୍ପିଅନ୍ସ ଟ୍ରଫି 2025ର 8ମ ମ୍ୟାଚ୍ ଉଭୟ ଇଂଲଣ୍ଡ ଏବଂ ଆଫଗାନିସ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ । କାରଣ ଉଭୟଙ୍କୁ ସେମାନଙ୍କର ପ୍ରଥମ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏପରି ପରିସ୍ଥିତିରେ ବିଜୟ ଜରୁରୀ ଥିଲା ଏବଂ ଆଫଗାନିସ୍ତାନର ପ୍ରତିଭାଶାଳୀ ଖେଳାଳୀ ଦଳକୁ କଷ୍ଟକର ସ୍ଥିତିରୁ ବାହାର କରିଛନ୍ତି ।

ଆଫଗାନିସ୍ତାନ ଇଂଲଣ୍ଡ ବିପକ୍ଷରେ 7 ଓ୍ବିକେଟ ହରାଇ 325 ରନ୍ କରିଥିଲେ । ତେବେ ଜାଦ୍ରାନ ହିଁ 177 ଇନିଂସ ଖେଳିଥିଲେ । ତେବେ ଟ୍ରାଫିଅନ୍ସ ଟ୍ରଫି ଇତିହାସରେ ଅଧିକ ରନ୍ କରିବାରେ ଜାଦ୍ରାନ ପ୍ରଥମ ଖେଳାଳୀ । ସେହିପରି ଜାଦ୍ରାନ ହିଁ ଆଫଗାନିସ୍ତାନ ପକ୍ଷରୁ ପ୍ରଥମ ଶତକ କରିଛନ୍ତି । ଅନ୍ୟପଟେ ଇଂଲଣ୍ଡକୁ ଜିତିବାକୁ ହେଲେ 326 ରନର ଆବଶ୍ୟକତା ରହିଛି ।