ଟ୍ରକ୍ ଧକ୍କାରେ ନାବାଳକର ମୃତ୍ୟୁ, ଖେଳୁଥିବା ବେଳେ ମାଡ଼ିଗଲା

ନାବାଳକ ଉପରେ ମାଡ଼ିଗଲା ଟ୍ରକ୍‌

ଭୁବନେଶ୍ୱର: ଖେଳୁଥିବା ବେଳେ ନାବାଳକ ଉପରେ ମାଡ଼ିଗଲା ଟ୍ରକ୍‌। ସୋସ ଥାନା ମଧୁବନ ଛକରେ ଟ୍ରକ୍ ଧକ୍କାରେ ନାବାଳକର ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ପିଲାଟି ରାସ୍ତାରେ ଖେଳୁଥିବା ସମୟରେ ଏହି ଟ୍ରକ୍‌ଟି ମାଡ଼ିଯାଇଛି।

ଘଟଣାସ୍ଥଳରେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଟ୍ରକ୍ ଡ୍ରାଇଭରର ଅବହେଳାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି।