Breaking: କୁନି ଝିଅ ଉପରେ ଅତ୍ୟାଚାର, ଦେହରେ ରହିଛି ଲୁହା ଚେଙ୍କ ଓ ପୋଡ଼ା ଦାଗ
ନୃଶଂସ ଜେଜେ। କୁନି ନାତୁଣୀକୁ ଜଣେ ମହିଳା ସହ ମିଶି ଦେଉଥିଲେ ଚେଙ୍କ। କାନ୍ଦି କାନ୍ଦି ଅଭିଯୋଗ କରୁଛି ୭ ବର୍ଷର ଝିଅ।
ଭୁବନେଶ୍ୱର: ଭରି ଭରି ଯାଉଛି ପାପର ପେଡ଼ି। ଦିନକୁ ଦିନ ବଢ଼ି ବଢ଼ି ଯାଉଛି ଅନ୍ୟାୟ ଅତ୍ୟାଚାର। ଠିକ୍ ସେହିପରି ଛୋଟ ଶିଶୁଙ୍କ ଉପରେ ବୃଦ୍ଧି ପାଉଛି ଶୋଷଣ। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ।
ଆପଣମାନେ ବହୁ ଦିନ ପୂର୍ବରୁ ଶୁଣି ଆସୁଥିବେ କି, ରୋଗ ଭଲ କରିବା ପାଇଁ ଛୋଟ ପିଲାମାନଙ୍କ ଦେହରେ ଲୁହା ରଡ ତତେଇ ଚେଙ୍କ ଦିଆଯାଏ। ହେଲେ ଆଜିକା ଦିନରେ ଆମ ସମାଜ ବହୁ ଆଗକୁ ବଢି ଗଲାଣି। AI ଟେକ୍ନୋଲୋଜିର ବ୍ୟବହାର ହେଲାଣି।
ହେଲେ ଏତେ ସବୁ ପରେ ବି ଏବେ ବି କୋଉଠି ନା କୋଉଠି ବଞ୍ଚି ରହିଛି କୁସଂସ୍କାର। ହଁ ଏବେ ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରୁ ଏକ ୭ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଯାହାର ଦେହରେ ଚେଙ୍କ ଓ ପୋଡ଼ା ଦାଗ ରହିଛି।
ଯଦିଓ ଏହି ଦାଗ ଆଉ ଚେଙ୍କ କୌଣସି ରୋଗ ଭଲ କରିବା ପାଇଁ ଦିଆଯାଇନାହିଁ। ତଥାପି ଏମିତି ଏକ ଘଟଣା ଶୁଣି ଲୋମ ଟାଙ୍କୁରି ଉଠୁଥିବ ନିଶ୍ଚୟ। ବାପା ମାଆଙ୍କ ଦେହାନ୍ତ ପରେ ଜେଜେ ପାଖରେ ରହୁଥିଲା କୁନି ଝିଅ। ଜଣେ ମହିଳା ସହ ମିଶି ଜେଜେ ତାକୁ ମାଡ଼ ମାରୁଥିଲେ ବୋଲି କୁନି କୁନି ଓଠରେ କାନ୍ଦି କାନ୍ଦି କହୁଛି ଏହି କୁନି ଝିଅଟି।
ମାଡ଼ ମାରିବା ସହ ଚେଙ୍କ ଦେଉଥିଲେ ବୋଲି ଅଭିଯୋଗ ମଧ୍ୟ କରୁଛି। ସୁଯୋଗ ପାଇ କୁନି ଝିଅଟି ଘରୁ ପଳାଇ ଆସିଥିବା ବେଲେ, ଶିଶୁକୁ କାନ୍ଦୁଥିବା ଦେଖି ଜଣେ ବ୍ୟକ୍ତି ରୁଚିକା କର୍ମକର୍ତ୍ତାଙ୍କୁ ଦେଇଛନ୍ତି।