ପାଣିପାଗ ବିଭାଗର ଆକଳନ, ରାଜ୍ୟରେ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ । ଆଗକୁ ଆହୁରି ବଢିବ ତାପମାତ୍ରା ।

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ରହିଛି ପାରଦ । ତାପମାତ୍ରା 30 ଡିଗ୍ରୀ ଉପରେ ରହିଥିବା ବେଳେ ରାଜ୍ୟରେ ଏବେ ପାଗ ଶୁଖିଲା ରହିଛି । ତେବେ ଗତ 2 ଦିନ ପରେ ତାପମାତ୍ରା 2ରୁ3 ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଧୀରେଧୀରେ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରୋମା ମହାନ୍ତି କହିଛନ୍ତି । ଦିନ ତାପମାତ୍ରା 35 ଡିଗ୍ରୀ ଉପରେ ରହିବ ।

ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ତାପମାତ୍ରା 34 ଡିଗ୍ରୀ ରହୁଛି । ବଲାଙ୍ଗୀର ଏବଂ ବୌଦ୍ଧରେ ପାରଦ 36 ଡିଗ୍ରୀ ରହୁଛି । ସେହିପରି ଝାରସୁଗୁଡା, ଟିଟିଲାଗଡ, ସମ୍ବଲପୁର ଏବଂ ନବରଙ୍ଗପୁରରେ ତାପମାତ୍ରା 35 ଡିଗ୍ରୀ ରହୁଛି ।

ତେବେ ଆଗକୁ ମଧ୍ୟ ରାଜ୍ୟରେ ପାଗ ଶୁଖିଲା ରହିବ । 5 ତାରିଖ ଭିତରେ ରାଜ୍ୟଟରେ ତାପମାତ୍ରା 1ରୁ 2 ଡିଗ୍ରୀ ବୃଦ୍ଧି ପାଇବ ବୋଲି କୁହାଯାଇଛି । ତେବେ ରାତିର ତାପମାତ୍ରା ସହିତ ଦିନର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଇଛି ।