ଭୁବନେଶ୍ୱର: ସମସ୍ତଙ୍କୁ ଶୋକ ସାଗରରେ ଭସାଇଦେଇ ଚାଲିଯାଇଛନ୍ତି ଉତ୍ତମ ମହାନ୍ତି । ଏହାରି ମଧ୍ୟରେ ଭୁବନେଶ୍ୱର ବସେଭବନରେ ତାଙ୍କାର ଚାଲିଛି ଅନ୍ତିମ ଦର୍ଶନ । ଜଗନ୍ନାଥ ବିହାରସ୍ଥିତ ଘରେ ଉତ୍ତମଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଲାଗିଛି । ଅପରାହ୍ନରେ ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ କରାଯିବ।
ଏହାରି ମଧ୍ୟରେ ଉତ୍ତମ ମହାନ୍ତିିଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । । ଜଗନ୍ନାଥ ବିହାରସ୍ଥିତ ଘରକୁ ଯାଇ ସେ ଶେଷଦର୍ଶନ କରିଛନ୍ତି । ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ମଧ୍ୟ ଭେଟିଛନ୍ତି । ଏହା ସହ ସେ ପରିବାର ଲୋକଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଯେ, ‘ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ହେଉଛନ୍ତି ଉତ୍ତମ ମହାନ୍ତି । ତାଙ୍କର ବିୟୋଗରେ ଗଭୀର ଶୋକପ୍ରକାଶ କରୁଛି ।’