Breaking: ବାପାକୁ ଟାଙ୍ଗିଆରେ ହାଣି ଟିକ୍ ଟିକ୍ କରିଦେଲା ବଢ଼ିଲା ପୁଅ
ନୃଶଂସ ପୁଅ। ଯେଉଁ ବାପା ବଢ଼େଇ କୁଢ଼େଇ ମଣିଷ କଲା। ସେହି ବାପା ବୁଢ଼ା ହେବା ପରେ ଟାଙ୍ଗିଆରେ ହାଣି ମାରି ଦେଲା ପୁଅ।
ଗଞ୍ଜାମ: ଦିନକୁ ଦିନ ଏ ମାନବ ସମାଜ କଳଙ୍କିତ ହେବାରେ ଲାଗିଛି। ସମ୍ପର୍କର ତାତ୍ପର୍ଯ୍ୟ ଭୁଲି ଯାଉଛନ୍ତି ଲୋକେ। କେଉଁଠି ଭାଇ ଭାଇ ସହ କଳହ ତ ଆଉ କେଉଁଠି ସ୍ୱାମୀ ସ୍ତ୍ରୀକୁ ହତ୍ୟା। ଠିକ୍ ସେହିପରି ଏବେ ବାପା ପୁଅ ସମ୍ପର୍କରେ ଲାଗିଛି ରକ୍ତର ଛିଟା। କଳୁଷିତ ହୋଇଯାଇଛି ବାପା ପୁଅ ସମ୍ପର୍କ।
କାରଣ ଯେଉଁ ବାପା ନିଜ ପେଟରୁ କାଟି ପୁଅକୁ ମଣିଷ କଲା। ପୁଅ ବଡ଼ ହୋଇ ତାର ସୁଖ ଦୁଃଖରେ ଛିଡା ହେବ ବୋଲି ଭାବି ସବୁ ଅଳି ଅଝଟ ସହି ବଡ଼ କଲା। ଆଉ ସେଇ ପୁଅ ବଡ଼ ହେବା ପରେ ବାପାକୁ ଟାଙ୍ଗିଆରେ ହାଣି ଟିକ୍ ଟିକ୍ କରିଦେଇଛି।
ହଁ ଆଜ୍ଞା ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସେରଗଡ଼ ଥାନା, ତାକରଡା ଗାଁରେ। ପାରିବାରିକ କଳହକୁ କେନ୍ଦ୍ରକରି ବୃଦ୍ଧ ବାପାକୁ ଟାଙ୍ଗିଆରେ ହାଣି ପୁଅ ହତ୍ୟା କରିଥିବା ସୂଚନା ମିଳିଛି।
ମୃତକ ଜଣକ ହେଲେ ୬୧ବର୍ଷୀୟ ତାରିଣୀ ମଳିକ। ଘଟଣା ସ୍ଥଳରେ ପୋଲିସ ପହଁଚି ମୃତ ଦେହ ଜବତ କରି ଅଧିକ ତଦନ୍ତ କରୁଛି । ହତ୍ୟା କାରି ପୁଅକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।