ଭଦ୍ରକ: ବସ୍କୁ ପଛରୁ ଧକ୍କା ଦେଲା କଣ୍ଟେନର। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ବସ୍କୁ ଧକ୍କା ଦେବା ପରେ ପଛକୁ ପଛ ପିଟିହେଲେ ୨ଟି କଣ୍ଟେନର।
ଏହି ସିରିଜ ଦୁର୍ଘଟଣା ଭଦ୍ରକ ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଘଟିଛି। ଆହତଙ୍କ ମଧ୍ୟରୁ ୪ ଜଣ ଯାତ୍ରୀଙ୍କୁ ଭଦ୍ରକରୁ କଟକ ସ୍ଥାନାନ୍ତର କରାଯାଇଛି। ବସରେ ୬୦ରୁ ୭୦ ଜଣ ଯାତ୍ରୀ ଟାଟାରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବାର ସୂଚନା ରହିଛି।