ନାଁ ନନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଜଣେ ବ୍ୟକ୍ତିଙ୍କ ପାଇଁ ଖର୍ଚ୍ଚ ହେଉଥିଲା ପର୍ଯ୍ୟଟନ ଟଙ୍କା

ପର୍ଯ୍ୟଟନ ବିକାଶକୁ ନେଇ ବର୍ଷିଲେ ପ୍ରଭାତୀ ପରିଡ଼ା । କହୁ କହୁ କହିଦେଲେ ବଡ଼ କଥା ।

ଭୁବନେଶ୍ବର : ନାଁ ନନେଇ ପୂର୍ବ ସରକାରକୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପର୍ଯ୍ୟଟନ ବିକାଶକୁ ନେଇ ସେ ଟାର୍ଗେଟ କରିଛନ୍ତି । ବ୍ୟକ୍ତି କେନ୍ଦ୍ରିକ ଭାବେ ପର୍ଯ୍ୟଟକ ଟଙ୍କା ଖର୍ଚ୍ଚ ହେଉଥିଲା ବୋଲି ସେ କହିଛନ୍ତି ।

ପରୋକ୍ଷରେ ଟାର୍ଗେଟ-   ଜଣେ ବ୍ୟକ୍ତିର ପ୍ରଚାର ପ୍ରସାର ପାଇଁ ପର୍ଯ୍ୟଟନର ସମସ୍ତ ଟଙ୍କା ବଣ୍ଟା ଯାଉଥିଲା । ତେବେ ଏହା ପାଣ୍ଡିଆନଙ୍କୁ ଟାର୍ଗେଟ କରି କୁହାଯାଇଥିବା ଚର୍ଚ୍ଚା ହେଉଛି ।

ଶାଗ-ମାଛ ଦରରେ ପର୍ଯ୍ୟଟନ ସ୍ଥାନକୁ ଦିଆଯାଇଛି-  ଉପମୁଖ୍ୟମନ୍ତ୍ରୀ କହିଛନ୍ତି,  ପୂର୍ବ ସରକାରରେ ଶାଗ ମାଛ ଦରରେ କିଛି ପର୍ଯ୍ୟଟନ ସ୍ଥାନକୁ ଦଳୀୟ କର୍ମୀଙ୍କୁ ଦେଇ ଦେଇଛନ୍ତି । କାହାକୁ ୪୦ ବର୍ଷ, କାହାକୁ ୮୦ ବର୍ଷ ଦିଆଯାଇଛି । ଲିଗାଲ ଅସୁବିଧା ଆସିକି ପହଞ୍ଚିଛି କିନ୍ତୁ ତଥାପି ଏବେ ବି ପ୍ରାଇମ ଲୋକେସନରେ ଥିବା ସାଇଟ୍‌କୁ ଆହୁରି ନିବେଶକମାନଙ୍କୁ ଦିଆଯିବ ।

ଓଡିଶା ପ୍ରତି ନିବେଶକମାନଙ୍କୁ ଆଗ୍ରହ କରାଯାଉଛି। ପର୍ଯ୍ୟଟନ ପାଇଁ ୮ ହଜାର ୧୫୩ କୋଟି ନିବେଶ ଫାଇଲ କ୍ଲିୟରାନ୍ସ ସ୍ପିଡ଼ରେ ହେଉଛି। ଏଥିପାଇଁ ୩ ଜଣ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାରେ ଲୋକ ନିବେଶ କରିବାକୁ ଚାହୁଁଛନ୍ତି । ସେମାନଙ୍କୁ କେମିତି ନିରାପଦ ସ୍ଥାନ ଦିଆଯିବ, ସେଥିପ୍ରତି ବିଭାଗ ଗୁରୁତ୍ୱ ଦେଉଛି ।

ତେବେ ଉପମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବର୍ତ୍ତମାନ ସରଗରମ ହୋଇଛି ରାଜନୀତି । ପାଲଟା ଜବାବ ଦେଇଛନ୍ତି ବିଜେଡି ବିଧାୟକ ସାରଦା ଜେନା ।