ପାକିସ୍ତାନ ମିଡ଼ିଆର ଦାବି, “କଳାଯାଦୁ କରି ମ୍ୟାଚ୍ ଜିତିଛି ଭାରତ”

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୨୨ ଜଣ ପଣ୍ଡିତଙ୍କୁ ଏଣ୍ଟ୍ରି କରାଇଥିଲା ଭାରତୀୟ ଟିମ୍। ଯେଉଁମାନେ ମ୍ୟାଚ୍‌ ଆରମ୍ଭ ହେଉହେଉ କଳାଯାଦୁ କରିବା ଆରମ୍ଭ କରିଦେଇଥିଲେ। ଏହି କାରଣରୁ ହିଁ ପାକିସ୍ତାନ ଆସିବାକୁ ଚାହୁଁନଥିଲା ଭାରତୀୟ ଦଳ।

ନୂଆଦିଲ୍ଲୀ: ଭାରତ ଠାରୁ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ହାରିବା ପରେ ପ୍ରଳାପ କରିବାରେ ଲାଗିଛି ପାକିସ୍ତାନ। ଚାମ୍ପିୟନ୍ସ ଟ୍ରଫିରେ ଭାରତଠାରୁ ପରାଜିତ ହେବା ପରେ ବିଭିନ୍ନ ପ୍ରକାର ଅଯୁକ୍ତିକର ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଛି।

ଏପରିକି ପାକିସ୍ତାନ ମିଡିଆ ମଧ୍ୟ ଟିମ୍ ଇଣ୍ଡିଆ ଏବଂ କ୍ୟାପଟେନଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇବାରେ ଲାଗିଛି। ପାକିସ୍ତାନର ଏକ ଗଣମାଧ୍ୟମ ସଂସ୍ଥା ଭାରତ ବିଜୟକୁ ନେଇ ଏକ ଅଜବ ଯୁକ୍ତି କରିବାରେ ଲାଗିଛି। କି କଳା ଯାଦୁ କରି ମ୍ୟାଚ୍ ଜିତିଛି ଭାରତ।

ପାକିସ୍ତାନ-ଭାରତ ମ୍ୟାଚ୍: ତେବେ ଦୀର୍ଘ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ। ହେଲେ ପାକିସ୍ତାନକୁ ଏତି ସୋଚନୀୟ ଭାବରେ ପରାସ୍ତା କରିଥିଲା ଭାରତ। ଯଦିଓ ଏହି ମ୍ୟାଚରେ ପୁରା ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା।

ହେଲେ ମ୍ୟାଚ୍ ବାଜିମାତ୍ କରିବା ସହ ସେମିଫାଇନାଲରେ ପହଞ୍ଚିଥିଲା ଟିମ୍ ଇଣ୍ଡିଆ। ହେଲେ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ହୋଇ ମଧ୍ୟ ଗୋଟେ ବି ହେଲେ ମ୍ୟାଚ୍ ଜିତି ନପାରି ମ୍ୟାଚ୍ ଆରମ୍ଭ ହେବାର ମାତ୍ର ୮ ଦିନ ଭିତରେ ଗ୍ରୁପ ପର୍ଯ୍ୟାୟରୁ ବିଦା ହୋଇଥିଲା ପାକିସ୍ତାନ।

ଅଜବ ଦାବି: ଏହାପରେ ଆରମ୍ଭ ହେଲା ବିଭିନ୍ନ ପ୍ରକାର ଚର୍ଚ୍ଚା ଆଲୋଚନା। ଏହାତ ସାଧାରଣ କଥା କି ଯେତେବେଳେ ଡଗୋଟେ ଦେଶ ପରାଜିତ ହୁଏ ନିଜ ଦେଶ ସପକ୍ଷରେ ଲୋକେ ଭଲ କଥା କୁହନ୍ତି। ଏବଂ ଅନ୍ୟ ଦେଶକୁ ଖରାପ।

ହେଲେ ଏକ ଗଣମାଧ୍ୟମ ସଂସ୍ଥା ହୋଇ କିପରି ଏପରି ଯୁକ୍ତି କରିପାରୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଡିସ୍କଭର୍ ପାକିସ୍ତାନୀ ଗଣମାଧ୍ୟମ ଭାରତର ବିଜୟକୁ ନେଇ ଅଜବ ଦାବି କରିଛି। କି କଳାଯାଦୁ ବା ଯାଦୁଟୋନା କରି ଭାରତ ମ୍ୟାଚ୍‌ ଜିତିଥିବା ନେଇ ଅଭିଯୋଗ କରିଛି ଏହି ନ୍ୟୁଜ୍‌ ଚ୍ୟାନେଲ୍‌।

କଳାଯାଦୁ କରି ଜିତିଛି ଭାରତ: କେବଳ ସେତିକି ନୁହେଁ ଏକ ମ୍ୟାଚ୍ ବିତର୍କ ସୋ କରି କିପରି ଭାରତ କଳାଯାଦୁ କରି ମ୍ୟାଚ୍ ଜିତିଛି ତାହା ବଖାଣିଛି। ପାକିସ୍ତାନର ମିଡିଆ ଚ୍ୟାନେଲ୍ ମୁତାବକ ଭାରତ ମ୍ୟାଚ୍‌ ଜିତିବା ପାଇଁ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୨୨ ଜଣ ପଣ୍ଡିତଙ୍କୁ ଏଣ୍ଟ୍ରି କରାଇଥିଲା।

ଗୋଟିଏ ଗୋଟିଏ ପାକିସ୍ତାନ ଖେଳାଳିଙ୍କ ପାଇଁ ଦୁଇଜଣ ଲେଖାଏଁ ପଣ୍ଡିତ ନିୟୋଜିତ ରହିଥିଲେ। ଯେଉଁମାନେ ମ୍ୟାଚ୍‌ ଆରମ୍ଭ ହେଉହେଉ କଳାଯାଦୁ କରିବା ଆରମ୍ଭ କରିଦେଇଥିଲେ। ଏହି କାରଣରୁ ହିଁ ପାକିସ୍ତାନ ଆସିବାକୁ ଚାହୁଁନଥିଲା ଭାରତୀୟ ଦଳ।

କାରଣ ଏଠାକୁ ଆସିଥିଲେ ସେମାନଙ୍କ କଳାଯାଦୁ କାମ କରିନଥାନ୍ତା। ୨୦୧୧ରେ ବି ଏଭଳି ହିଁ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟବହାରରୁ ଏହା ସ୍ପଷ୍ଟ ବାରି ହୋଇପଡ଼େ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ କମେଣ୍ଟ୍‌ କରିବାରେ ଲାଗିଛନ୍ତି।