ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପାରଦ ଉପର ମୁହାଁ । ଆଜି ଦିନ ୨ଟା ୩୦ ମିନିଟ୍ ସୁଦ୍ଧା ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ଆଜି ଚାନ୍ଦବାଲି ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି ।
ଆଗାମୀ ଦିନରେ ରାଜ୍ୟରେ ତାପମାତ୍ରା ବଢ଼ିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ ।
ଫେବୃଆରୀ ମାସରୁ ଶୀତ ଉଭେଇଯାଇଥିବାବେଳେ ସାମାନ୍ୟ ଗରମ ଅନୁଭୂତ ହୋଇଥିଲା । ରାଜ୍ୟରେ ତାପମାତ୍ରା କ୍ରମାଗତ ବଢ଼ିବାରେ ଲାଗିଥିବାବେଳେ ଆଗାମୀ ଦିନରେ ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ମାର୍ଚ୍ଚ ମାସରେ ପାରଦ ୪୦ ପାର୍ କରିବ ବୋଲି ଆଶଙ୍କା । ଦିନ ୧୧ଟା ପରେ ବାହାରକୁ ଯିବା କଷ୍ଟକର ହୋଇପଡ଼ିଛି । ଏବେଠାରୁ ଅସହ୍ୟ ଗରମ ଅନୁଭୂତ ହେଲାଣି ।