ଉପରମୁହାଁ ତାତି, ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁର ତାପମାତ୍ରା ୩୭ ଡିଗ୍ରୀ

ସିଝେଇଲାଣି ଖରା । 37 ଡିଗ୍ରୀ ଡେଇଁଲା ତାପମାତ୍ରା ।

ଭୁବନେଶ୍ବର: ଦିନକୁ ଦିନ ବଢ଼ି ଚାଲିଛି ତାପମାତ୍ରା । ଆଜି ଦିନ 2ଟା 30 ସୁଦ୍ଧା 37 ଡିଗ୍ରୀ ଛୁଇଁଛି ତାପମାତ୍ରା । ତତଲା କଡେଇରେ ଭାଜି ହୋଇଛି ସମ୍ବଲପୁର ।

ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁର ତାପମାତ୍ରା ୩୭ ଡିଗ୍ରୀ ରହିଥିଲା । ସେହିପରି ଝାରସୁଗୁଡ଼ା ୩୬.୪, ହୀରାକୁଦ ୩୬.୨ ଏବଂ ଭୁବନେଶ୍ବର ୩୫ ଡିଗ୍ରୀ ତାପମାତ୍ରା ହୋଇଛି ।

ଯଦି ଦେଖିବା ଗତକାଲି ମଧ୍ୟ ରାଜ୍ୟର ୧୦ ସହରରେ ତାପମାତ୍ରା 30 ଡିଗ୍ରୀ ପାର କରିଛି । ବୌଦ୍ଧରେ ସର୍ବାଧିକ ୩୮.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ବଲାଙ୍ଗିରରେ ୩୮.୧, ଅନୁଗୁଳରେ ୩୭.୯, ଟିଟିଲାଗଡ଼ରେ ୩୭.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।

ତେବେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଏନେଇ ଖୁବଶୀଘ୍ର ସରକାର ନୂଆ ନିୟମ ଆଣିପାରନ୍ତି ବୋଲି କୁହାଯାଇଛି । ସ୍କୁଲଗୁଡିକ ମଧ୍ୟ ଖୁବଶୀଘ୍ର ସକାଳୁଆ ହୋଇପାରେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନାହିଁ ।