ଆସନ୍ତା ୭ରେ ପୁରୀରେ ହେବ ନିଯୁକ୍ତିମେଳା, ଏହି ଯୋଗ୍ୟତା ଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ରହିବାକୁ ପରାମର୍ଶ

ପୁରୀ: ରାଜ୍ୟ ଦକ୍ଷତାବିକାଶ ପ୍ରାଧିକରଣ ଏବଂ ପୁରୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ନିଯୁକ୍ତି ମେଳା ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ । ତାଳବଣିଆ ଆଇ.ଟି.ଆଇ ଖେଳପଡିଆଠାରେ ପୂର୍ବାହ୍ଣ ୯ଟାରେ ଏହି ନିଯୁକ୍ତିମେଳା ଆୟୋଜନ କରାଯିବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି ।

ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫୦ରୁ ଅଧିକ ନିଯୁକ୍ତିଦାତା ସଂସ୍ଥା ଯୋଗଦେଇ ଆଶାୟୀ କୁଶଳୀ ଏବଂ ଅଣକୁଶଳୀ ପ୍ରାର୍ଥୀଙ୍କୁ ଚୟନ କରିବେ ।

୧୮ ରୁ ୩୫ ବର୍ଷ ମଧ୍ୟରେ ପଞ୍ଚମ ଶ୍ରେଣୀଠାରୁ ସ୍ନାତକ ଏବଂ ଆଇ.ଟି.ଆଇ. ଓ ଡିପ୍ଲୋମା ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀ ଏହି ମେଳାରେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବା ପାଇଁ ପରାମର୍ଶ ଦିଆଯାଇଛି ।