IND vs AUS: ସେମି ଫାଇନାଲରେ କାହିଁକି Black Arm Band ପିନ୍ଧିଲା ଟିମ୍ ଇଣ୍ଡିଆ, ଜାଣନ୍ତୁ ଏହା ପଛର ରହସ୍ୟ
ବ୍ଲାକ୍ ଆର୍ମ ବ୍ୟାଣ୍ଡ ପିନ୍ଧିଲେ ଖେଳାଳି । ପ୍ରଥମ ସେମି ଫାଇନାଲ ଖେଳିଛି ଭାରତ ।
ଦୁବାଇ: ଆଇସିସ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମି ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁବାଇରେ ଖେଳାଯାଉଛି । ସେମି ଫାଇନାଲରେ ଭାରତୀୟ କ୍ରିକେଟରମାନେ କଳା ରଙ୍ଗର ଆର୍ମ ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଛନ୍ତି ।
ବ୍ଲାକ୍ ବ୍ୟାଣ୍ଡ ପିନ୍ଧିବା ପଛର ମୂଳ କାରଣ ହେଉଛି; ପଦ୍ମକର ଶିଭଲକରଙ୍କ ଉଦ୍ଦେଶ୍ୟରେ ଭାରତୀୟ ଟିମ୍ ବ୍ଲାକ୍ ଆର୍ମ ବ୍ୟାଣ୍ଡ ପିନ୍ଧିଛି । ଲେଫ୍ଟହାଣ୍ଡ ସ୍ପିନର ଶିଭଲକର ଆଜି ଦେହାନ୍ତ ଘଟିଛି ।
ଶିଭଲକରଙ୍କ ବିୟୋଗ ନେଇ ବିସିସିଆଇ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଶିଭଲକର ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିଲେ ମଧ୍ୟ ରଣଜୀ ଟ୍ରଫିରେ ତାଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ଥିଲା ।
ଶିଭଲକର ତାଙ୍କ ଖେଳ କ୍ୟାରିୟରରେ ମୋଟ ୧୨୪ଟି ଫାଷ୍ଟକ୍ଲାସ ମ୍ୟାଚ୍ ଖେଳିଥିବାବେଳେ ୫୮୯ ୱିକେଟ୍ ନେଇଛନ୍ତି । ସେ ଖେଳିଥିବା ୧୯୭୨-୭୩ରେ ରଣଜୀ ଟ୍ରଫି ସବୁଠାରୁ ସ୍ମରଣୀୟ ।