ରୋଷେଇ ଘର କବାଟ ଭାଙ୍ଗି ଘରେ ପଶିଥିଲା କାମାନ୍ଧ, ମହିଳାଙ୍କ ଦେହକୁ ଛୁଇଁ ମୁତି ପକେଇଲା
ଭାରତୀୟ ଯୁବକଙ୍କୁ ୭ ମାସ ଜେଲ । କବାଯ ଭାଙ୍ଗି ଘରେ ପଶିଯାଇଥିଲେ ।
ସିଙ୍ଗାପୁର: ସିଙ୍ଗାପୁରରେ ଜଣେ ଭାରତୀୟ ଯୁବକଙ୍କୁ ମିଳିଛି ୭ ମାସର ଜେଲ ଦଣ୍ଡ । ୨୬ ବର୍ଷୀୟ ଯୁବକ ଅବିନରାଜ ପଡ଼ୋଶୀଙ୍କ ଘର ଭିତରେ ପଶି ତାଙ୍କୁ ବଳାକ୍ରାର କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି ।
ଶୋଇଥିଲେ ସ୍ୱାମୀ-ସ୍ତ୍ରୀ: ଅବିନରାଜଙ୍କ ଘର ପାଖରେ ରହୁଥିବା ୩୬ ବର୍ଷୀୟା ମହିଳାଙ୍କ ରୋଷେଇ ଘର କବାଟ ଭାଙ୍ଗି ସେ ତାଙ୍କ ଘର ଭିତରେ ପଶିଥିଲେ । ପୀଡ଼ିତା ଓ ସ୍ୱାମୀ ବେଡ୍ ରୁମରେ ଶୋଇଥିବାବେଳେ ତାଙ୍କ ଝିଅ ଆଉ ରୁମରେ ଶୋଇଥିଲେ ।
ଏହାପରେ ଅବିନରାଜ ଶୋଇଥିବା ମହିଳାଙ୍କ ପାଖକୁ ଯାଇ ତାଙ୍କ ଅନ୍ତବସ୍ତ୍ରରେ ହାତମାରିବା ସହ ତାଙ୍କ ଦେହକୁ ଛୁଇଁଥିଲେ । ଏହାପରେ ମହିଳାଜଣକ ନିଦରୁ ଉଠି ହଠାତ୍ ଚିକତ୍ସାର କରିଥିଲେ । ପାଟିଶୁଣି ସ୍ୱାମୀ ମଧ୍ୟ ଉଠିପଡ଼ିଲେ ।
ଡରରେ ଏମିତି କଲା: ସ୍ୱାମୀ ଉଠିପଡ଼ିବାର ଦେଖି କାମାନ୍ଧ ଡରିଯାଇଥିଲା, ଏହାର ସୂଚନା ପୋଲିସକୁ ନ କହିବା ପାଇଁ ଅନୁରୋଧ କରିବା ସହ ଛାନିଆରେ ମୁତିପକାଇଥିଲା । ଏ ଘଟଣା ଗତବର୍ଷ ସେପ୍ଟେମ୍ବର ୨୨ ତାରିଖର ।
ପୋଲିସରେ ଏ ନେଇ ସୂଚନା ପରେ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । ପାଖାପାଖି ୬ ମାସ କାଳ କୋର୍ଟରେ ଟ୍ରାଏଲ ଚାଲିବା ପରେ ଯୁବକଙ୍କୁ ୭ ମାସର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି ।