ଭୁବନେଶ୍ୱର,୬ା୩: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର ଦାୟିତ୍ୱମୁକ୍ତ ହୋଇଛନ୍ତି। ଗୁରୁବାର ମନ୍ଦାକିନୀଙ୍କୁ ଅଧ୍ୟକ୍ଷା ପଦରୁ ବହିଷ୍କାର କରାଯାଇଛି। ଏଥିସହିତ ଆୟୋଗର ୫ ସଦସ୍ୟ ମଧ୍ୟ ବହିଷ୍କୃତ ହୋଇଛନ୍ତି। ନଭେମ୍ବରରେ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ଏହା ବିରୋଧରେ ଅଧ୍ୟକ୍ଷା ଓ ସଦସ୍ୟ ହାଇକୋର୍ଟ ଯାଇଥିଲେ। ତେବେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିବା ପରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୨୨ରେ ପୂର୍ବ ସରକାର ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୂଆ ଅଧ୍ୟକ୍ଷା ଭାବେ ମନ୍ଦାକିନୀ କରଙ୍କୁ ନିଯୁକ୍ତି ଦେଇଥିଲେ ।