ପାରାଦୀପ,୬ା୩: ପାରାଦୀପସ୍ଥିତ ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ୧ ନମ୍ବର ଜେଟ୍ଟିରେ ଥିବା ପିତାମାତାଙ୍କ ଆଶୀର୍ବାଦ ନାମକ ବୋଟରେ ନିଆଁ ଲାଗିବାରୁ ଅନ୍ୟ ବୋଟଗୁଡ଼ିକୁ ନିଆଁ ବ୍ୟାପି ଯାଇଥିଲା । ସୌଭାଗ୍ୟବଶତଃ ବୋଟରେ ଥିବା ୭ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗ୍ୟାସ୍ ଟାଙ୍କିରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ବୋଟରେ ଡିଜେଲ ଥିବାରୁ ନିଆଁ ତୀବ୍ର ବେଗରେ ପାଖରେ ଥିବା ବୋଟରେ ଲାଗିଯାଇଥିଲା । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।