ଟ୍ୱିଷ୍ଟ ବାଲା ହତ୍ୟାକାଣ୍ଡ, ୨ ଜଣ ପ୍ରେମିକା ସହ ମିଶି ତୃତୀୟ ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଷଡଯନ୍ତ୍ର। ୨ ଜଣ ପ୍ରେମିକା ସହ ମିଶି ତୃତୀୟ ପ୍ରେମିକାକୁ ହତ୍ୟା କରିବାକୁ ପ୍ଲାନ କରିଥିଲା ପ୍ରେମିକ। ପ୍ରଥମେ ବିଷ ଦେଲେ ପରେ ୩୦ ଫୁଟ ଖାଲକୁ ଫୋପାଡି ଦେଲେ।

ତାମିଲନାଡୁ: ଦିନକୁ ଦିନ ବଢ଼ିବାରେ ଲାଗିଛି ନାରୀ ନିର୍ଯ୍ୟାତନା ଆଉ ହତ୍ୟା ଘଟଣା। ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନୂଆ ଘଟଣା ମାନ ସାମ୍ନାକୁ ଆସୁଛି। ଆଉ ହତ୍ୟାକାଣ୍ଡାର ନୂଆ ତରିକା ମଧ୍ୟ ଆପଣାଉଛନ୍ତି ହତ୍ୟାକାରୀ। ଠିକ୍ ସେହିପରି ଏକ ଟ୍ୱିଷ୍ଟ ବାଲା ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। କାରଣ ଜଣେ ପ୍ରେମିକ ତାର ପୂର୍ବ ୨ ପ୍ରେମିକା ସହ ମିଶି ତୃତୀୟ ପ୍ରେମିକାକୁ ହତ୍ୟା କରିଛି।

ଦେଖା କରିବା ବାହାନାରେ ଡାକି ବିଷ ଇଞ୍ଜେକସନ ଦେଇ ମାରି ଦେଇଛନ୍ତି। ଏତିକିରି ମନ ଶାନ୍ତି ହୋଇନି ଯେ, ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦେବାପାଇଁ ହତ୍ୟା କରିବା ପରେ ୩୦ ଫୁଟ ଗଭୀର ଗାତକୁ ଫିଙ୍ଗି ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସବୁଠି ଚର୍ଚ୍ଚା ଜୋର ଧରିଛି।

କଲ୍ ରେକର୍ଡିଂ ଦୋଷୀକୁ ଧରାଇ ଦେଲା: ତେବେ ଏପରି ଏକ ଟ୍ୱିଷ୍ଟ ବାଲା ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ତାମିଲନାଡୁର ସମେମ ଜିଲ୍ଲାରେ। ପୋଲିସର କହିବା କଥା ମୃତ ୩୫ ବର୍ଷୀୟ ମହିଳା, ଯାହାଙ୍କର ନାଁ ହେଉଛି ଲୋଗାନାୟାଗି, ସେଏକ ଘରୋଇ କୋଚିଂ ସେଣ୍ଟରରେ କାମ କରୁଥିଲେ ଏବଂ ହଷ୍ଟେଲରେ ରହୁଥିଲେ।

ମହିଳା ଜଣଙ୍କ ହଠାତ୍ ମାର୍ଚ୍ଚ ୧ ତାରିଖରୁ ନିଖୋଜ ହୋଇଯାଇଥିଲେ। ଏହି ଖବର ପୋଲିସ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ଆଉ ମୃତ ମହିଳା ଜଣଙ୍କର କଲ ରେକର୍ଡ ଟ୍ରେସ କରି ପୋଲିସ ଅନେକ ତଥ୍ୟ ପାଇଥିଲା।

ଯେଉଁଥିରୁ ଜଣାପଡିଥିଲା କି, ଶେଷ ଥର ପାଇଁ ଯୁବକ ଜଣଙ୍କ ଅବଦୁଲ ଅଜୀବ ନାମକ ଜଣେ 22 ବର୍ଷୀୟ ଯୁବକଙ୍କ ସହ କଥା ହୋଇଥିଲେ। ଏବଂ କଲ ରେକର୍ଡିଂରୁ ପୋଲିସ ସୁରାକ ମଧ୍ୟ ପାଇଥିଲା କି ମୃତ ମହିଳା ଜଣଙ୍କର ଅବଦୁଲ ସହ ପ୍ରେମ ସମ୍ପର୍କ ଥିଲା। ଏବଂ ତାଙ୍କୁ ଦେଖା କରିବା ପାଇଁ ଏକ ନିଛାଟିଆ ସ୍ଥାନକୁ ଡାକିଥିଲେ।

ଦୁଇ ପ୍ରେମିକାଙ୍କ ସହ ମିଶି ପ୍ଲାନ: ସୂଚନାନୁସାରେ, ୨୨ ବର୍ଷୀୟ ଅବଦୁଲ ପୂର୍ବରୁ ୨ ଜଣ ଝିଅକୁ ପ୍ରେମ କରୁଥିଲା। ଆଉ ମୃତ ମହିଳା ଜଣଙ୍କ ହେଉଛନ୍ତି ତାଙ୍କର ତୃତୀୟ ପ୍ରେମିକା। ଦୁଇ ପ୍ରେମିକାଙ୍କ ମଧ୍ୟରୁ ଜଣେ ଆଇଟି କର୍ମଚାରୀ ଏବଂ ଅନ୍ୟ ଜଣେ ନର୍ସିଂ ଛାତ୍ରୀ।

ପୋଲିସର ସୂଚନାନୂସାରେ, ପ୍ରେମିକ ଅବଦୁଲ ଲୋଗାନାୟାଗିଙ୍କ ସହ ସମସ୍ତ ସମ୍ପର୍କ କାଟିବାକୁ ଚାହୁଁଥିଲା। ହେଲେ ଏଥିରେ ରାଜି ନଥିଲା ଲୋଗାନାୟାଗି। ଯେହେତୁ ସେ ଅଲଗା ଧର୍ମର ତେଣୁ ନିଜ ଧର୍ମ ବଦଳାଇ ଇସଲାମ ଧର୍ମ ଗ୍ରହଣ କରି ତାଙ୍କ ନାମ ଆଲବିଆ ରଖିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ।

ହେଲେ ଅବଦୁଲ ଏଥିରେ ରାଜି ନଥିଲା। ଯେହେତୁ ୨ ଜଣ ପ୍ରେମିକା ପାଖରେ ଥିଲେ, ତେଣୁ ତୃତୀୟ ପ୍ରେମିକାକୁ ରାସ୍ତାରୁ ହଟାଇବାକୁ ପ୍ଲାନ କରିଥିଲା। ଆଉ ଦୁଇ ପ୍ରେମିକାଙ୍କ ସହ ମିଶି ଷଡଯନ୍ତ୍ର ରଚିଥିଲା। ନିଛାଟିଆ ସ୍ଥାନକୁ ଦେଖି କରିବାକୁ ଡାକି ହତ୍ୟା କରିଥିଲା।

ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା: ଦୁଇ ପ୍ରେମିକାଙ୍କ ସହ ମିଶି ପ୍ରଥମେ ମହିଳାଙ୍କୁ ବିଷ ଇଞ୍ଜେକ୍ସନ ଦେଇଥିଲା ପ୍ରେମିକ। ଯେତେବେଳେ ମହିଳା ଜଣଙ୍କ ମରିଗଲେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ୩୦ ଫୁଟ ଗାତ ଭିତରକୁ ଫୋପାଡ଼ି ଦେଇଥିଲେ।

ହେଲେ ତାଙ୍କର ଏ ପ୍ଲାନ ସଫଳ ହେଲା ନାହିଁ। ପୋଲିସ ଫୋନ ଷ୍ଟ୍ରେସ କରି ଅଭିଯୁକ୍ତ ପାଖରେ ପହଞ୍ଚି ଗଲା। ୟେର୍କାଉଡ୍ ପୋଲିସ ଅବଦୁଲ, ଥାଭିଆ ଏବଂ ମୋନିଷାଙ୍କୁ ଗିରଫ କରି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।