IND vs NZ Champions Trophy 2025 Final: ଆଜି ଚୂଡ଼ାନ୍ତ ଲଢ଼େଇ, ଭାରତର ତୃତୀୟ ଟାଇଟଲ ଲକ୍ଷ୍ୟ
ଆଜି ଇଣ୍ଡିଆ ସହିତ ନ୍ୟୁଜିଲାଣ୍ଡର ଫାଇନାଲ ମ୍ୟାଚ୍ ।
ନୂଆଦିଲ୍ଲୀ: ଆଜି ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ । ଆଜି ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଭାରତ ତୃତୀୟ ଟାଇଟଲ ଏବଂ ନ୍ୟୁଜଲାଣ୍ଡ ଦ୍ବିତୀୟ ଟାଇଟଲ ପାଇଁ ମଇଦାନରେ ଲଢେଇ କରିବେ ।
ତେବେ ଆଜି ଦୁହେଁ ମ୍ୟାଚ ଜିତିବା ପାଇଁ ପ୍ରାଣପଣେ ଚେଷ୍ଟା କରିବେ । 25 ବର୍ଷ ପରେ ନ୍ୟୁଜିଲାଣ୍ଡ ଟ୍ରଫି ଜିତିବା ପାଇଁ ଆଶା ରଖିଥିବା ବେଳେ ରୋହିତ ଶର୍ମା ମଧ୍ୟ ଆଇସିସି ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛନ୍ତି ।
ଯଦି ଦେଖିବା ନ୍ୟୁଜିଲାଣ୍ଡ 2000 ମସିହାରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ତେବେ କ୍ରିସ କେର୍ଣ୍ଣସ ଶତକ କରି ଭାରତ ଠାରୁ ବାଜି ମାରିଥିଲେ । ସେହିପରି ଯଦି ଇଣ୍ଡିଆ କଥା ଦେଖିବା ତାହେଲେ 2002 ଏବଂ 2013ରେ ଚାମ୍ପିଅନ୍ସ ହୋଇଥିଲା । ତେବେ ଆଜି ବିଜୟ ସହିତ ରୋହିତ ଶର୍ମା ନିଜ ନାମରେ ଆଉ ଏକ ଆଇସିସି ଟ୍ରଫି ହାସଲର ଲକ୍ଷ୍ୟ ରଖିଛନ୍ତି ।
ରୋହିତଙ୍କର ନେତୃତ୍ବରେ ଇଣ୍ଡିଆ 4ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳିଛି । ଗତବର୍ଷ ଭାରତ ଟି ଟ୍ବେଣ୍ଟି ବିଶ୍ବକପ୍ ଜିତିଥିବା ବେଳେ ଇଣ୍ଡିଆ ଆଜି ଆଇସିସି ଟ୍ରଫି ଜିତିବା ପାଇଁ ଲକ୍ଷ୍ୟ ରଖିଛି ।
ଆଜି ଦିନ ଅଢେଇଟା ସମୟରେ ଫାଇନାଲ ଫାଇଟ୍ ହେବ । ଦୁବାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପୂର୍ବରୁ ଅଭ୍ୟାସ ସମୟରେ ଭାରତର ଶ୍ରେଷ୍ଠ ବ୍ୟାଟସମ୍ୟାନ ବିରାଟ କୋହଲି ଶୁକ୍ରବାର ଆହତ ହୋଇଛନ୍ତି ।