ଗୃହରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ, ସୋଫିଆଙ୍କ ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସରକାରୀ ଓ ବେସରକାରୀ ସ୍କୁଲ, କଲେଜରେ ଆତ୍ମହତ୍ୟା କରିଛନ୍ତି ୭୨ ଛାତ୍ରଛାତ୍ରୀ ।

ଭୁବନେଶ୍ବର: ୫ ବର୍ଷରେ କେତେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ସେନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫ ବର୍ଷରେ ସ୍କୁଲ ଓ କଲେଜରେ ୭୨ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ନେଇ ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ସରକାରୀ, ବେସରକାରୀ ସ୍କୁଲ୍‌ ଓ କଲେଜରେ ୭୨ ଜଣ ଆତ୍ମହତ୍ୟା କରିଛନ୍ତି । ବିଭିନ୍ନ କାରଣ ପାଇଁ ଆତ୍ମହତ୍ୟା କରିଥିବା ଗୃହରେ ମୁଖ୍ୟମନ୍ତ୍ରୀ କହିଛନ୍ତି । କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ଦେଇଛନ୍ତି ।

୨୦୨୦ ମସିହାରୁ କେତେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ କାରଣ ପାଇଁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ବିଶେଷତଃ ମାନସିକ ଚାପ, ମାନସିକ ଅସନ୍ତୁଳନ ଏବଂ ବନ୍ଧୁଙ୍କ ସହିତ ଭୁଲ ବୁଝାବଣା ।

ଅନ୍ୟପଟେ ଘରୋଇ କଳହ, ପ୍ରେମ ସଂପର୍କ, ପରୀକ୍ଷା ଓ ପ୍ରେମ ବ୍ୟାପାରକୁ ନେଇ ଛାତ୍ରଛାତ୍ରୀ ଭାଙ୍ଗି ପଡନ୍ତି । ଅବସାଦ ଗ୍ରସ୍ତ ହୋଇ ଜୀବନ ହାରି ଦିଅନ୍ତି ଛାତ୍ରଛାତ୍ରୀ । ତେବେ ଛାତ୍ରଛାତ୍ରୀଙ୍କର ଆତ୍ମହତ୍ୟାର କାରଣ ଚିହ୍ନଟ କରି କାଉନସେଲିଂ କରାଯାଉଛି । ମାନସିକ ସଚେତନତା କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।