ନୂଆଦିଲ୍ଲୀ : ୨୦୨୫ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଟିମ୍ ଇଣ୍ଡିଆ ଉପରେ ଟଙ୍କାର ବର୍ଷା ହୋଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାମ୍ପିଅନ୍ ଟିମ୍ ଇଣ୍ଡିଆକୁ ୨.୨୪ ମିଲିୟନ ଡଲାର ପୁରସ୍କାର ରାଶି ମିଳିଛି ଯାହା ଭାରତୀୟ ମୁଦ୍ରାରେ ୧୯.୪୮ କୋଟି ଟଙ୍କା।
କେବଳ ଟିମ୍ ଇଣ୍ଡିଆ ନୁହେଁ, ଫାଇନାଲରେ ହାରିଥିବା କିୱି ଦଳକୁ ମଧ୍ୟ କୋଟି କୋଟି ଟଙ୍କା ମିଳିଛି। ରନର୍ସଅପ୍ ନ୍ୟୁଜିଲାଣ୍ଡ ପୁରସ୍କାର ସ୍ୱରୂପ ୧.୧୨ ଅର୍ଥାତ୍ ୯.୭୪ କୋଟି ଟଙ୍କା ପାଇଛି। ତେବେ ଫାଇନାଲ ପୂର୍ବରୁ ଓଉଉ ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା।
ସେହପିରି ଚାମ୍ପିଅନ୍ସ ଟ୍ରଫି ଖେଳିଥିବା ଅନ୍ୟ ୬ଟି ଦଳ ମଧ୍ୟ ଖାଲି ହାତରେ ଘରକୁ ଫେରିନାହାନ୍ତି । ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ହାରିଥିବା ଦୁଇଟି ଦଳ (ଅଷ୍ଟ୍ରେଲିଆ – ଦକ୍ଷିଣ ଆଫ୍ରିକା)କୁ ୪.୮୭ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ପଞ୍ଚମ ଏବଂ ଷଷ୍ଠ ସେଥାନରେ ଥିବା ଆଫଗାନିସ୍ତାନ-ବାଂଲାଦେଶକୁ ୩.୦୪ କୋଟି ଟଙ୍କା, ସପ୍ତମ ଏବଂ ଅଷ୍ଟମ ସ୍ଥାନରେ ଥିବା ପାକିସ୍ତାନ-ଇଂଲଣ୍ଡକୁ ୧.୨୨ କୋଟି ଲେଖାଏଁ ପ୍ରଦାନ କରାଯିବ। ୨୦୧୭୭ ସଂସ୍କରଣ ତୁଳନାରେ ଚଳିତ ବର୍ଷ ମୋଟ ପୁରସ୍କାର ରାଶି ୫୩ ପ୍ରତିଶତ ବୃଦ୍ଧି ପାଇଛି।