ଭୁବନେଶ୍ୱର: ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରାଯାଇଛି । ବିଶୃଙ୍ଖଳିତ ଆଚରଣ ପାଇଁ ସସପେଣ୍ଡ କଲେ ବାଚସ୍ପତି ସୁରମା ପାଢ଼ୀ ।
ବିଧାନସଭାରେ କାଲି ବାଚସ୍ପତିଙ୍କ ପୋଡ଼ିୟମ ମାଇକ୍ ଭାଙ୍ଗିଥିଲେ ତାରା । ଆଜି ମଧ୍ୟ ଗୃହରେ ବିଶୃଙ୍ଖଳିତ ଆଚରଣ ଦେଖାଇଥିଲେ କଂଗ୍ରେସ ବିଧାୟକ ତାରା ବାହିନୀ ।
ତାରାଙ୍କ ନିଲମ୍ବନକୁ ନେଇ କଂଗ୍ରେସ କରିଛି ପ୍ରତିବାଦ । ମୁହଁରେ କଳାପଟି ବାନ୍ଧି କଂଗ୍ରେସ ସଦସ୍ୟ ପ୍ରତିବାଦ ପ୍ରର୍ଦାନ କରିଛନ୍ତି ।
ତାରାଙ୍କ ବିରୋଧରେ ନିଲମ୍ବନ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ।