Holi 2025: ଗାଇଡଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ, ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ

ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ମନା ।

ଭୁବନେଶ୍ବର: ଆଉ ମାତ୍ର 2 ଦିନ ପରେ ରଙ୍ଗର ପର୍ବ  ହୋଲି । ଏନେଇ ବଜାର ପୁରା ରଙ୍ଗିନ । ବିଭିନ୍ନ ରଙ୍ଗ ବେରଙ୍ଗର ଅବିର ବିକ୍ରି କରୁଛନ୍ତି ଦୋକାନୀ । ଏହାରି ଭିତରେ କମିଶନରେଟ୍ ପୋଲିସ ହୋଲି ନେଇ ଗାଇଡଲାଇନ ଜାରି କରିଛି । ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ଡିସିପି ଜଗମୋହନ ମୀନାଙ୍କର କହିବା ଅନୁସାରେ, ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ମନା । ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ । ତେବେ ହୋଲି ଦିନ ଯେଉଁମାନେ ରାସ୍ତା ଉପରେ ହୋଲି ଖେଳି ଗହଳି କରିବେ ସେମାନଙ୍କୁ ପିସିଆର ଉଠାଇ ନେଇଯିବ ।

ସେହିପରି ଚଳିତ ବର୍ଷ ରାଜଧାନୀରେ କେବଳ ହର୍ବାଲ ରଙ୍ଗକୁ ଅନୁମତି ଦିଆଯାଇଥିବା ବେଳେ କେମିକାଲ୍‌ ରଙ୍ଗ ବାରଣ କରାଯାଇଥିବା ନେଇ ଡିସିପି କହିଛନ୍ତି ।