ଭୁବନେଶ୍ୱର: ଆସନ୍ତା ୨୭ରେ ବିଧାନସଭା ଘେରିବ କଂଗ୍ରେସ । ଏ ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ ।
ତାରା ବାହିନୀପତିଙ୍କୁ ନିଲମ୍ବନର ପ୍ରତିବାଦ କରିବ କଂଗ୍ରେସ । ବାଚସ୍ପତି ସୁରମା ପାଢ଼ୀଙ୍କ ଗୃହ ପରିଚାଳନାକୁ ନିନ୍ଦା କଲା କଂଗ୍ରେସ ।
କଂଗ୍ରେସ ଭବନ ବୈଠକରେ ଏ ନେଇ ନିନ୍ଦା ପ୍ରସ୍ତାବ ।
ମଙ୍ଗଳବାର ଗୃହରେ ତାରାଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ତାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି । ଏହାର ପ୍ରତିବାଦରେ ଗତକାଲି ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ଧାରଣା ଦେଇଥିଲେ । କିନ୍ତୁ ପିସିସି ସଭାପତିଙ୍କ ଅନୁରୋଧ କ୍ରମେ ସେମାନେ ଧାରଣାରୁ ଉଠିଥିଲେ ।