ଦର୍ଶକଙ୍କ ହୃଦୟ ଜିଣିବ ‘ଘମାଘୋଟ’ ଆସନ୍ତା କାଲି ହେବ ରିଲିଜ
୪୫ଟି ସିନେମା ଘରେ ହେବ ରିଲିଜ । କାହାଣୀରେ ଭରି ରହିଛି ହାଇ ଆକ୍ସନ ସାଙ୍ଗକୁ ଡ୍ରାମା ।
ଭୁବନେଶ୍ୱର: ଆସନ୍ତାକାଲି କୌସ୍ତୁଭ ଡ୍ରିମ୍ ୱାର୍କ ଷ୍ଟୁଡ଼ିଓ ବ୍ୟାନରରେ ନିର୍ମିତ ଆକ୍ସନ ଫିଲ୍ମ ଘମାଘୋଟ ମୁକ୍ତିଲାଭ କରିବାକୁ ଯାଉଛି । ଓଡ଼ିଶାର ମୋଟ ୪୫ଟି ପ୍ରେକ୍ଷାଳୟରେ ଏହା ଓହ୍ଲାଇବ। ସିନେ ଟିମ ପକ୍ଷରୁ ବୁଧବାର ଏ ନେଇ ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜା ଡି., ଅଭିନେତା ବିଭାସ, ସନୋଜ, ସନ୍ଦୀପ, ମିଷ୍ଟର ରାଉତ ଏବଂ ଅଭିନେତ୍ରୀ ଜୟଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ କ୍ଷ କଟକ ସ୍ଥିତ ବୃନ୍ଦାବନ ଏବଂ ଭୁବନେଶ୍ୱର ମହାରାଜା ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ଘମାଘୋଟର ପ୍ରିମିୟର ଶୋ ହେବ ।
ବର୍ତମାନ ସମୟରେ ନିଚ୍ଛକ କାହାଣୀ ଓ ବାସ୍ତବବାଦୀ ବିଷୟବସ୍ତୁକୁ ଧ୍ୟାନ ଦିଆଯାଉଛି । ଅନେକ ଦିନରୁ ଅପେକ୍ଷା କରିଥିବା ସିନେପ୍ରେମୀଙ୍କ ପସନ୍ଦର ନୂଆ ଚଳଚ୍ଚିତ୍ର ‘ଘମାଘୋଟ’ ଆସନ୍ତା କାଲି ( ୧୩ ମାର୍ଚ୍ଚ ରେ ) ମୁକ୍ତିଲାଭ କରିବ ।
ହାଇ ଆକ୍ସନ : ଅନେକ ଦିନରୁ ଚର୍ଚ୍ଚାରେ ଥିବା ଫିଲ୍ମ ‘ଘମାଘୋଟ’ରେ ଭରି ରହିଛି ଧମାକାଦାର ଆକ୍ସନ। ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜା ଡି. ଏବଂ ପ୍ରଯୋଜନା କରିଛନ୍ତି କୌଶିକ ଦାସ । ସହ ପ୍ରଯୋଜନାରେ ରହିଛନ୍ତି କୌସ୍ତଭ ଦାସ ଓ ରାମ ପଟ୍ଟନାୟକ । ଫିଲ୍ମରେ ସନୋଜ କୁମାର, ଅଭିଷେକ ପଣ୍ଡା, ସନ୍ଦୀପ ମିଶ୍ର, ଆକାଶ ହୋତା, ଆକାଶ ରାଉତ, ଶୈଳେନ୍ଦ୍ର ସାମନ୍ତରାୟ, କ୍ରିଷ୍ଣା କର, ରାଜେଶ ସାହୁ, ଜଣ୍ଟି, ଏଇମନ ପ୍ରଧାନ , ବିଭାସ ଓ ନବାଗତା ଜୟଶ୍ରୀ ଷଡ଼ଙ୍ଗୀ ରହିଛନ୍ତି । ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ, ଅନୁରାଗ ପଟ୍ଟନାୟକ ଓ ସୁର୍ୟ୍ୟଜୀତ୍ ।
ଫିଲ୍ମକୁ ନେଇ ନିର୍ମାତା ଖୁବ ଆଶାବାଦୀ ରହିଛନ୍ତି ଓ ଏହି ଫିଲ୍ମର କାହାଣୀ ଓ ବିଷୟବସ୍ତୁ ପ୍ରତ୍ୟେକ ଓଡ଼ିଆଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ଫିଲ୍ମ ନିର୍ମାତା କ୍ଷ