(Video) ସୁନା ଚୋରି କରିବାର ନୂଆ କୌଶଳ… ସୁନା ମୁଦି ଦେଖୁ ଦେଖୁ ଢୋକିଦେଲେ ମହିଳା
ଭାଇରାଲ ହେଉଛି ଭିଡିଓ । ବନ୍ଧା ହେଲେ ମହିଳା ।
ନାଳନ୍ଦା: ବିହାର ନାଳନ୍ଦାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ସ୍ଥାନୀୟ ଗହଣା ଦୋକାନକୁ ସୁନା କିଣିବାକୁ ଯାଇ ଗିରଫ ହୋଇଛନ୍ତି ।
ଆପଣମାନେ ଗିରଫ ପଛର କାରଣ ଜାଣିଲେ ମୁଣ୍ଡରେ ହାତ ଦେଇ ବସିବେ । ନାଳନ୍ଦାର ସିଲେ ମାର୍କେଟରେ ଥିବା ସୁନା ଦୋକାନକୁ ମହିଳା ଜଣକ ଗହଣା କିଣିବାକୁ ଯାଇଥିଲେ । ଦୋକାରେ କିଛି ଅନ୍ୟ କିଛି ମହିଳା ମଧ୍ୟ ଗହଣା କିଣୁଥିବାବେଳେ ସେମାନଙ୍କ ଭିତରୁ ଜଣେ ମହିଳା ଦୋକାନୀଙ୍କୁ କିଛି ଗହଣା ଦେଖାଇବାକୁ କହିଥିଲେ ।
ଦୋକାନ ପିଲା ଏକ ଟ୍ରେ’ରେ ସୁନା ମୁଦି ଦେଖିବା ପାଇଁ ଦେଲାବେଳକୁ ମହିଳା ମୁଦି ଦେଖିବା ବାହାନାରେ ଗୋଟି ଗୋଟି କରି ଗିଳିବାକୁ ଲାଗିଲେ । ସମ୍ପୂର୍ଣ୍ଣ ଘଟଣା ଦୋକାନ ସିସିଟିଭିରେ କଏଦ ହୋଇଛି ।
ଫୁଟେଜ୍ ଦେଖିବା ପରେ ଦୋକାନୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ଉକ୍ତ ମହିଳାଙ୍କୁ ଗିରଫ କରି ନେଇଛି । ତେବେ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
#Bihar | नालंदा की एक ज्वेलरी शॉप में चोरी की नीयत से पहुंची महिला ने निगल ली ज्वेलरी. सीसीटीवी में कैद हुआ मामला, गिरफ्तार हुई महिला।#Nalanda #Crime #CCTVFootage #AajTakSocial pic.twitter.com/xa3EBlKCSw
— AajTak (@aajtak) March 13, 2025