ଖରା ନେଲା କ୍ରିକେଟରଙ୍କ ଜୀବନ, ପଡ଼ିଆ ମଝିରେ ଟଳି ପଡ଼ିଲେ ଯୁବ କ୍ରିକେଟର

ପ୍ରବଳ ଖରାକୁ ସହି ପାରିଲେନି କ୍ରିକେଟର। ପଡ଼ିଆ ମଝିରେ ମ୍ୟାଚ୍ ଖେଳୁଥିବା ସମୟରେ ହିଁ ଲିଭିଗଲା ଜୀବନ ଦୀପ।

ଆମେରିକା: ଖରା ନେଲା କ୍ରିକେଟରଙ୍କ ଜୀବନ। ପଡିଆ ମଝିରେ ଲିଭିଗଲା ଜୀବନ ଦୀପ। ଟାଣ ଖରା ସହି ପାରିଲେନି କ୍ରିକେଟର। ଆଉ ସେହି ପଡିଆ ମଝିରେ ହିଁ ଜୀବନ ହାରିଦେଲେ। ପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହଁ ଚଳିତ ବର୍ଷର ପ୍ରଥମ ଘଟଣା ସାମ୍ନାକୁ ଆସିଛି। କି ଖରା ପାଇଁ ଅଂଶୁଘାତରେ ଜୀବନ ଯାଇଛି। ଏମିତିରେ ବି ମାର୍ଚ୍ଚ ମାସରୁ ଯେଉଁଭଳି ଟାଇଁ ଟାଇଁ ଖରା ହେଲାଣି ଏମିତି ପରିସ୍ଥିତି ହେବ ବୋଲି ମଧ୍ୟ ଆକଳନ କରାଯାଉଥିଲା।

ଡ଼ହଡ଼ହ ଖରା: ତେବେ ମାର୍ଚ୍ଚ ମାସ ଆରମ୍ଭରୁ ଟାଣ ଖରା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ଦିନର ତାପମାତ୍ରା ଏବେଠାରୁ ୪୧ ଡିଗ୍ରୀ ୪୨ ଡିଗ୍ରୀ ପାର କଲାଣି। ଆଗକୁ ଆହୁରି ପାରଦ ବଢିବ ବୋଲି ଆକଳନ କରାଯାଉଛି।

କ୍ରିକେଟରଙ୍କ ମୃତ୍ୟୁ: ଆଉ ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କି ମ୍ୟାଚ୍ ଖେଳିବା ବେଳେ ପଡିଆ ମଝିରେ ଟଳି ପଡିଛନ୍ତି କ୍ରିକେଟର। ଆଉ ଏହି ମୃତ୍ୟୁ ତାଙ୍କର ଖରା ଯୋଗୁଁ ହୋଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ତେବେ ଏହି କ୍ରିକେଟର ଜଣଙ୍କ ଆଉ କେହି ନୁହଁନ୍ତି ପାକିସ୍ତାନୀ ବଂଶୋଦ୍ଭବ କ୍ରିକେଟର  ଜୁନୈଦ ଜାଫର ଖାନ୍‌। ଯାହାଙ୍କର କ୍ରିକେଟ ଖେଳିବା ସମୟରେ ପଡିଆ ମଝିରେ ହିଁ ମୃତ୍ୟୁ ହୋଇଛି। ଯାହାକି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।

ଚାଲିଛି ରମଜାନ ମାସ: ହଁ ପଡିଆ ମଝିରେ ହିଁ ଚାଲି ଯାଇଛି ଜାଫର ଖାନ୍‌ଙ୍କ ଜୀବନ। ସୂଚନା ଅନୁସାରେ ଭୀଷଣ ଗରମ ଯୋଗୁଁ ଜୁନୈଦ ଙ୍କ ମୃତ୍ୟୁ ହୋଇଛି। ମ୍ୟାଚ୍‌ ୪୧.୭ଡିଗ୍ରୀ ଖରାରେ ଆଡିଲେଡର କୋନକୋଡିୟନ୍ସ ଷ୍ଟାଡିୟମରେ ଖେଳାଯାଉଥିଲା।

ଜୁନୈଦ ଓଲ୍ଡ କୋନକୋଡିୟନ୍ସ କ୍ଲବ ତରଫରୁ ଖେଳୁଥିଲେ। ୪୦ ଓଭର ବୋଲିଂ ସମୟରେ ପଡିଆରେ ରହିଥିଲେ ଓ  ପରେ ବ୍ୟାଟିଂ କରିଥିଲେ। ୧୬ରନ କରିବା ପରେ ହଠାତ ଜୁନୈଦ ଅସୁସ୍ଥ ହୋଇଥିଲେ ଏବଂ ତାଙ୍କୁ ମେଡିକାଲ ନିଆଯାଇଥିଲା କିନ୍ତୁ ମେଡିକାଲରେ ଡାକ୍ତର ଜୁନୈଦଙ୍କୁ ମୃତ ଘୋଷଣା କରିଥିଲେ।

୨୦୧୩ରେ ଜୁନୈଦ ପାକିସ୍ତାନରୁ ଅଷ୍ଟ୍ରେଲିଆ ଆସିଥିଲେ। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଏବେ ଯେହେତୁ ରମଜାନ ଚାଲିଛି। ତେଣୁ ଜାଫର ଉପବାସରେ ଥିଲେ ଥିଲେ ଏବଂ ଅତ୍ୟଧିକ ଗରମକୁ ସହ୍ୟ କରିପାରିନଥିଲେ। ଫଳରେ ତାଙ୍କର ମୃତ୍ୟୁ ହେଲା।