ଖେଳନା ବନ୍ଧୁକ ବି ପାକିସ୍ତାନରେ ବ୍ୟାନ୍! ଜାଣନ୍ତୁ କାହିଁକି କରାଗଲା ଏହି ଘୋଷଣା
ପାକିସ୍ତାନ ଖେଳନା ବନ୍ଧୁକ ଉପରେ ଲଗାଇଲା ପ୍ରତିବନ୍ଧକ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ପାକିସ୍ତାନ ସ୍ଥିତ ପେଶାୱର ସହରରେ ଖେଳନା ବନ୍ଧୁକ ଏବଂ ବାଣ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । ଏହି ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଛି ।
ମୁକ୍ତି ମୁନୀର ଶାକିର ମସଜିଦରେ ହୋଇଥିବା ବୋମା ବିସ୍ଫୋରଣରେ ମୃତ୍ୟୁ ଘଟିବା ମାମଲା ପରେ ଏହି ପଦକ୍ଷେପ ନିଆଯାଇଛି।
ଉଦ୍ଦେଶ୍ୟ: ପେଶାୱାରର ଡେପୁଟି କମିଶନର ସରମଦ ସଲୀମ ଅକରମ ଅଧିସୂଚନା ଜାରି କରି କହିଛନ୍ତି ଯେ, ଖେଳନା ବନ୍ଧୁକକୁ ଏବଂ ବାଣ ଉପରେ ସିଆରପିସି ଧାରା ୧୪୪ ଅନୁଯାୟୀ ପ୍ରତିବନ୍ଧକ ଲାଗୁ ହେବ ।
ନିର୍ଦ୍ଦେଶ ଅନୁଯାୟୀ, ଏହି ପ୍ରତିବନ୍ଧକ ଇଦ ଉଲ ଫିତର ୨୦୨୫ ସମୟରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ ବୋଲି ଲଗାଯାଇଛି । ଏଥିରେ ଆତଙ୍କବାଦୀ ପ୍ରବୃତ୍ତିିକୁ ଅଟକାଯାଇପାରିବ । ଏହି ପ୍ରତିବନ୍ଧକର ଉଦ୍ଦେଶ୍ୟ ହେଉଛି, ବ୍ୟବସାୟୀ ଏବଂ ଅଧିକାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ।
ଦୃଢ କାର୍ଯ୍ୟାନୁଷ୍ଠାନ: ଡେପୁଟି କମିଶନର କହିଛନ୍ତି ଯେ, ଖେଳନା ବନ୍ଧୁକ ବିକ୍ରି କରୁଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହ ଏହି ନିର୍ଦ୍ଦେଶ ତତତ୍କାଳୀନ ପ୍ରଭାବରେ ଲାଗୁ ହେବ ।
ମାତ୍ର ୩୦ ଦିନ ପର୍ଯ୍ୟନ୍ତ ଲାଗୁ ହେବ । ଯିଏ ଏହି ନିୟମ ଉଲ୍ଲଘଂନ କରିବ ତା’ ବିରୋଧରେ ଧାରା ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।