ଦନ୍ତା ହାତୀର ଉତ୍ପାତ: ଶୋଇଥିବା ବେଳେ ଘରୁ ଟାଣି ଆଣି ମହିଳାଙ୍କୁ ଦଳି ମାରିଦେଲା

ମହିଳାଙ୍କୁ ଦଳି ମାରିଦେଲା ଦନ୍ତା ହାତୀ

ଦେବଗଡ଼: ଦନ୍ତା ହାତୀ ଆତଙ୍କ । ଜଣେ ମହିଳାଙ୍କୁ ଘରୁ ଟାଣିଆଣି ଦଳି ଦେଇଛି ଦନ୍ତା ହାତୀ । ଏହି ଘଟଣାଟି କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ତିଳେଇପଶି ଗାଁରେ ଘଟିଛି । ଦନ୍ତା ଆକ୍ରମଣରେ ସ୍ୱାମୀ ଓ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି ।

ସୂଚନାନୁଯାୟୀ, ତିଳେଇପଶି ଗୁଦୁରାସାହିରେ ମହିଳା ଜଣକ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦନ୍ତା ଘର ଭାଙ୍ଗିଦେଇଥିଲା । ଏହାପରେ ମହିଳାଙ୍କୁ ଦଳି ଚକଟି ମାରିଦେଇଥିଲା ।

ମୃତକ ହେଲେ ୩୦ ବର୍ଷୀୟା ପୂଜା ମାହାର । ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ୱାମୀ, ପୁଅ ଏବଂ ୨ ଝିଅ । ତେବେ ହାତୀର ଏହି ଉତ୍ପାତକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସର ତଦନ୍ତ ଜାରି ରହିଛି ।