ବୃଦ୍ଧାଙ୍କୁ ବି ଛାଡିଲେନି..ହୋଲିରେ ଆକ୍ରମଣ କରି ଦୁଷ୍କର୍ମ କଲା ୨୪ ବର୍ଷୀୟ ଦୁର୍ବୃତ୍ତ
ଯୌନ ଲାଳସା ପୁରଣ ପାଇଁ ବୃଦ୍ଧାଙ୍କୁ ଦୁଷ୍କର୍ମ ।
ନୂଆଦିଲ୍ଲୀ: ବିହାରର ଗୋପାଳଗଞ୍ଜରେ ଜଣେ 80 ବର୍ଷୀୟା ମହାଦଳିତ ମହିଳାଙ୍କ ସହିତ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ୧୪ ମାର୍ଚ୍ଚ ହୋଲି ଦିନ ପୀଡିତା ଘାସ କାଟିବା ପାଇଁ କ୍ଷେତକୁ ଯାଇଥିଲେ। ତା’ପରେ ୨୪ ବର୍ଷୀୟ ଅଭିଯୁକ୍ତ ମହିଳାଙ୍କୁ ଏକୁଟିଆ ପାଇ ତାଙ୍କୁ ଆକ୍ରମଣ କରି ବଳାତ୍କାର କରିଥିଲେ ଏବଂ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ।
80ବର୍ଷୀଆଙ୍କୁ ବିି ଛାଡିଲେନି- ଘଟଣାଟି ବୈକୁଣ୍ଠପୁର ଥାନା ଅଞ୍ଚଳରେ ଘଟିଛି । ପ୍ରାୟ ୧୯ ଘଣ୍ଟା ପରେ ଯେତେବେଳେ ମହିଳା ଜଣକ ଚେତା ଫେରିଲେ, ସେ ତାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ଦୁଃଖଦ ଘଟଣା ବର୍ଣ୍ଣନା କଲେ । ବର୍ତ୍ତମାନ ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ପରେ, ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢାଉ ଆରମ୍ଭ କରୁଛି ।
ପୋଲିସ ଷ୍ଟେସନ୍ ଇନଚାର୍ଜ ଅଭିଷେକ କୁମାର କହିଛନ୍ତି ଯେ ପରିବାର ସଦସ୍ୟଙ୍କ ଦ୍ୱାରା ଆବେଦନ ଦିଆଯାଇଛି । ଆବେଦନରେ ମୋଟ ସାତ ଜଣଙ୍କ ନାମ ନେଇ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଜଣଙ୍କୁ ଗିରଫ କରିଛି ।
19 ଘଣ୍ଟା ପରେ ଆସିଲା ହୋସ୍- ପୀଡିତାଙ୍କ ପୁଅ ଏବଂ ବୋହୂ କହିଛନ୍ତି ଯେ ଆମେ ହୋଲି ଦିନ ଅବିର ଲଗାଇବାକୁ ଅପେକ୍ଷା କରିଥିଲୁ । ବହୁତ ସମୟ ପରେ କିଛି ମହିଳା ତାଙ୍କ ବିଷୟରେ କହିଲେ ଯେ ସେ ଗହମ କ୍ଷେତରେ ଅଚେତ ଅବସ୍ଥାରେ ପଡ଼ିଛନ୍ତି ।
ତାଙ୍କୁ ତୁରନ୍ତ ଉଠାଇ ଘରକୁ ଅଣାଯାଇଥିଲା ଏବଂ ସ୍ଥାନୀୟ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଇଥିଲା। କିନ୍ତୁ ଘଟଣାର ୧୯ ଘଣ୍ଟା ପରେ, ଅର୍ଥାତ୍ ମାର୍ଚ୍ଚ ୧୫ ଦିନ ମଧ୍ୟାହ୍ନ ୧୨ଟା ପରେ ଯେତେବେଳେ ସେ ଚେତା ଫେରିପାଇଲେ ସେତେବେଳେ ଦୁଃଖ ବର୍ଣ୍ଣନା କରିଥିଲେ ।