Breaking: ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍, ପୁଅ-ଝିଅଙ୍କ ବୟାନ ରେକର୍ଡ଼

ସକାଳୁ ସକାଳୁ ନବ ଦାସଙ୍କ ଝାରସୁଗୁଡ଼ା ଘରେ କ୍ରାଇମବ୍ରାଞ୍ଚ ଟିମ୍। ନବଙ୍କ ହତ୍ୟା ମାମଲାରେ ପୁଅ-ଝିଅଙ୍କର ବୟାନ ରେକର୍ଡ।

ଝାରସୁଗୁଡ଼ା: ସ୍ୱର୍ଗତ ନବ କିଶୋର ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍। ନବ ଦାସଙ୍କ ଝାରସୁଗୁଡ଼ା ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍। ନୂଆ ତଦନ୍ତ ଅଧିକାରୀ ଓ ଜଣେ ମହିଳା ଅଧିକାରୀ ସକାଳୁ ସକାଳୁ ନବ ଦାସଙ୍କ ଘରେ ପହଞ୍ଚିଛନ୍ତି।

ସୂଚନାନୂସାରେ ଅତିରିକ୍ତ ଏସପିଙ୍କ ନିର୍ଦ୍ଦେଶରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ନବ ଦାସଙ୍କ ଝାରସୁଗୁଡ଼ା ସରବାହାଲ ସ୍ଥିତ ଘରେ ପହଞ୍ଚିଛନ୍ତି। ଯାହା ଜଣାପଡିଛି ନବଙ୍କ ହତ୍ୟା ନେଇ ପୁଅ ବିଶାଲ ଦାସ ଓ ଝିଅ ଦିପାଳି ଦାସଙ୍କ ବୟାନ ରେକର୍ଡ କରିଛନ୍ତି।

ପୂର୍ବରୁ କ୍ରାଇମବ୍ରାଞ୍ଚ ଅଫିସରେ ହାଜର ହେବା ପାଇଁ ନୋଟିସ୍ ହୋଇଥିଲା। ହେଲେ ହାଜର ନହୋଇ ଘରେ ବୟାନ ରେକର୍ଡ ପାଇଁ ସମୟ ମାଗିଥିଲ ପୁଅ-ଝିଅ। ତେଣୁ ଏବେ କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କ ବାସଭବନରେ ପହଞ୍ଚି ବୟାନ ରେକର୍ଡ କରିଛି।