Breaking: ତାତିରୁ ସାମାନ୍ୟ ଆଶ୍ୱସ୍ତି, ୨୫ ତାରିଖ ଯାଏଁ କାଳବୈଶାଖୀର ତାଣ୍ଡବ
ଆଜିଠାରୁ ୪ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ତାଣ୍ଡବ ରଚିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। କାଳବୈଶାଖୀର ପ୍ରଭାବରେ ବର୍ଷା, ପବନ ସାଙ୍ଗକୁ କୁଆପଥର ମାଡ଼ ମଧ୍ୟ ହୋଇପାରେ।
ଭୁବନେଶ୍ୱର: ଗରମରୁ ସାମାନ୍ୟ ଆଶ୍ୱସ୍ତି। ଗତ ଦୁଇ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ତାଣ୍ଡବ ରଚିଛି। ଖେଉଁଠି ବଡ଼ବଡ଼ ଗଛ ଉପୁଡି ପଡିଛି ତ ଆଉ କେଉଁଠି ଘର ଉପରେ ଇଲେକ୍ଟ୍ରି ଖୁଣ୍ଟ ପଡିଛି। ହେଲେ ଏବେବି କିଛି କିଛି ସ୍ଥାନରେ ଦିନର ତାପମାତ୍ରା ବୃଦ୍ଧି ପାଉଛି। ଏବଂ ପ୍ରବଳ ତାତି ଅନୁଭୂତ ହେଉଛି।
ହେଲେ ଆଜିଠାରୁ ୨୫ ତାରିଖ ଯାଏଁ ଅର୍ଥାତ୍ ଆଜିଠାରୁ ୪ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷା ତାଣ୍ଡବ ରଚିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। କାଳବୈଶାଖୀର ପ୍ରଭାବରେ ବର୍ଷା, ପବନ ସାଙ୍ଗକୁ କୁଆପଥର ମାଡ଼ ମଧ୍ୟ ହୋଇପାରେ।
କାଳବୈଶାଖୀ ବର୍ଷା ନେଇ ୧୮ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ୧୨ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲା ଗୁଡ଼ିକ ହେଉଛି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼।
ସେହିପରି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଓ କାଁଭାଁ ସ୍ଥାନରେ କୁଆ ପଥର ବର୍ଷା ସମ୍ଭାବନା ରହିଛି। ଳବୈଶାଖୀ ବର୍ଷା ପ୍ରଭାବରେ ୩ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ। ମାର୍ଚ୍ଚ ୨୫ରୁ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବ ବୋଲି କହିଛି ପାଣିପାଗ ବିଭାଗ।