ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ସପ୍ତାହକୁ 3ଟି ନୁହେଁ ମିଳିବ 4ଟି ଅଣ୍ଡା

ଆସନ୍ତା ଶିକ୍ଷାବର୍ଷରୁ ନୂଆ ନିୟମ । ସପ୍ତାହକୁ ମିଳିବ 4ଟି ଅଣ୍ଡା ।

ଭୁବନେଶ୍ବର: ସ୍କୁଲ ପିଲାଙ୍କୁ ବର୍ତ୍ତମାନ ସପ୍ତାହରେ 3ଟି ଅଣ୍ଡା ମିଳୁଥିଲା । ହେଲେ ସରକାର ଏଣିକି ଅତିରିକ୍ତ ଗୋଟିଏ ଅଣ୍ଡା ପ୍ରଦାନ କରିବେ । ଅର୍ଥାତ୍ ସପ୍ତାହକୁ 4ଟି ଅଣ୍ଡା ପାଇବେ ଛାତ୍ରଛାତ୍ରୀ । ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ 3ଟି ଅଣ୍ଡା ମିଳୁଥିଲା ।

ତେବେ ଏଥିପାଇଁ ରାଜ୍ୟ ସରକାର ବର୍ଷକୁ 372.80 କୋଟି ଟଙ୍କା ଖର୍ଚ୍ଚ କରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସତିବ ଏସକେ ମହାପାତ୍ରକାଲି ରାଜ୍ୟ ନୋଡାଲ ଅଫିସରଙ୍କୁ ଚିଠି ଲେଖିଛନ୍ତି । ଆସନ୍ତା ଶିକ୍ଷା ବର୍ଷରୁ ଏହା କାର୍ଯ୍ୟକାରୀ ହେବ ।

ତେବେ ଚିଠି ଲେଖିବା ସମସୟରେ ଏହାର କାରଣ ମଧ୍ୟ ଉଲ୍ଲେଖ କରାଯାଇଛି । ଅଣ୍ଡାରେ ପୃଷ୍ଟିସାର ଏବଂ ଲୌହର ପରିମାଣ ଅଧିକ ରହିଛି ।  ପିଏମ ପୋଷଣ ଅଧୀନରେ ଛାତ୍ରଛାତ୍ରୀଙ୍କର ପୋଷଣର ମାତ୍ରା ବଢ଼ାଇବା ଏହାର ପ୍ରଥମ ଲକ୍ଷ୍ୟ ବୋଲି କୁହାଯାଇଛି ।

ତେବେ ପ୍ରାଥମିକ ସ୍ତରରେ ଏହା ପ୍ରଥମରୁ ଅଷ୍ଟମ ଏବଂ ମାଧ୍ୟମିକ ସ୍ତରରେ ନବମ ଏବଂ ଦଶମ ଶ୍ରେଣୀ ପାଇଁ କାର୍ଯ୍ୟକାରୀ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ପ୍ରକାର ଖୁସି ଖବର ଅଟେ ।