ମହମ୍ମଦ ସାମି କୋଟିପତି, ହେଲେ ତାଙ୍କ ବିବାହିତା ଭଉଣୀ ଦିନ ମଜୁରୀଆ

ଭାଇର କୋଟି କୋଟି ସମ୍ପତ୍ତି। ହେଲେ ଭଉଣୀ ଶ୍ରମିକ। ଭଉଣୀ, ଭିଣୋଇ ଏବଂ ଭଣଜାଙ୍କ ନାଁରେ ରହିଛି ଜବ କାର୍ଡ। ସରକାରଙ୍କ ପାଖରୁ ପାଉଛନ୍ତି ଟଙ୍କା। ସାମ୍ନାକୁ ଆସିଲା ଜବ କାର୍ଡ ଦୁର୍ନୀତି।

ଉତ୍ତରପ୍ରଦେଶ: ଭାଇ କୋଟିପତି। ହେଲେ ଭଉଣୀ ଦିନ ମଜୁରିଆ। ହଁ ଭାରତୀୟ କ୍ରିକେଟର ବା ବୋଲର ମହମ୍ମଦ ସାମୀ। ଯିଏକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଆଲିସାନ ବଙ୍ଗଳାରେ ରହୁଛନ୍ତି କୋଟି କୋଟି ଟଙ୍କାର ଗାଡ଼ି ଚଢୁଛନ୍ତି। ଅଏସ ଆରାମର ଜୀବନ କାଟୁଛନ୍ତି। ହେଲେ ତାଙ୍କ ଭଉଣୀ ଶବିନା ଦିନ ମଜୁରିଆ ଭାବରେ ସରକାରଙ୍କୁ ପାଖରୁ ଜବ କାର୍ଡରେ ଟଙ୍କା ପାଉଛନ୍ତି।

କେବଳ ସାମିଙ୍କ ଭଉଣୀ ନୁହଁନ୍ତି। ତାଙ୍କ ଭଉଣୀଙ୍କ ସମେତ ଭିଣୋଇ ଏବଂ ଭଣଜାଙ୍କ ନାଁରେ  ମଧ୍ୟ ଜବ କାର୍ଡ ରହିଛି। ତେବେ ପ୍ରକୃତରେ କ’ଣ ଏମାନେ ଦିନ ମଜୁରିଆ। ସତରେ କ’ଣ ଏମାନେ ମଜୁରୀ ଲାଗୁଛନ୍ତି। ହେଲେ ଏମାନେ MGNRG ଯୋଜନାରେ ମଜୁରୀ ଲାଗୁଥିବା କଥା ଉତ୍ତରପ୍ରଦେଶ ସରକାରଙ୍କ ନଥିପତ୍ର କହୁଛି।

ସାମିଙ୍କ ଭଉଣୀ ମଜୁରିଆ: ତେବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ସତରେ କ’ଣ ମହମ୍ମଦ ସାମିଙ୍କ ଭଉଣୀଙ୍କ ପରିବାରର ସମସ୍ତେ କ’ଣ ଦିନ ମଜୁରିଆ। ସତରେ କ’ଣ ମାଜୁରୀ ଲାଗି ସେମାନେ ବଞ୍ଚିୁଛନ୍ତି। ଯାହାର ଭାଇଙ୍କ ପାଖରେ କୋଟି କୋଟି ଟଙ୍କା ତାଙ୍କ ଭଉଣୀଙ୍କ ଅବସ୍ଥା ସତରେ କ’ଣ ଏମିତି?

ତେବେ ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି- ଉତ୍ତରପ୍ରଦେଶର ଅମରୋହାରେ ରହୁଥିବା ଶବିନାଙ୍କ ଶାଶୂ ଜଣେ ଗ୍ରାମ ପ୍ରଧାନ। ଆଲିଶାନ ବଙ୍ଗଳାରେ ରହୁଥିବା ଶବିନା ଓ ସାମିଙ୍କ  ଭିଣୋଇ କୋଟିପତି ଅଟନ୍ତି। ଏପରିକି ତାଙ୍କ ପୁଅ ଅର୍ଥାତ୍ ସାମିଙ୍କ ଭଣଜା ଡାକ୍ତରୀ ପଢୁଛନ୍ତି। ହେଲେ ସେମାନଙ୍କ ନାଁରେ ଜବ କାର୍ଡ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

ଜବ କାର୍ଡ ଦୁର୍ନୀତି: ତେବେ ଉତ୍ତରପ୍ରଦେଶ ସରକାରଙ୍କ ନଥିପତ୍ର ହିସାବରେ ସାମିଙ୍କ  ବିବାହିତା ଭଉଣୀ ଶବିନା ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ ପଞ୍ଜିକୃତ ଅଛନ୍ତି। ସେ ୨୦୨୧ ରୁ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନାରେ କାମ କରିଛନ୍ତି ଓ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଜୁରୀ ବାବଦ ଅର୍ଥ ସରକାର ଦେଇଛନ୍ତି।

ଏ ବାବଦରେ ତାଙ୍କ ବ୍ୟାଙ୍କ ଖାତାକୁ ୬୬ ହଜାର ଟଙ୍କା ସରକାର ଦେଇଛନ୍ତି। ଏହାସହ ଶବିନାଙ୍କ ପୁଅ ତଥା ସାମିଙ୍କ ଭଣଜା ମେଡିକାଲ ପଢୁଥିବା ବେଳେ ତାଙ୍କ ନାମରେ ମଧ୍ୟ ଜବ୍ କାର୍ଡ ରହିଛି।

ଏନେଇ ଅଭିଯୋଗ ଆସିବା ପରେ ଅମରୋହା ଜିଲ୍ଲା ଅଧିକାରୀ ନିଧୀ ଗୁପ୍ତା କହିଛନ୍ତି କି, କ୍ରିକେଟର ମହମ୍ମଦ ସାମିଙ୍କ  ଭଉଣୀ ଓ ଭିଣୋଇଙ୍କ ନାମରେ ଯେଉଁ ଜବ୍ କାର୍ଡ ଦୁର୍ନୀତି ହୋଇଛି ତା’ର ଯାଂଚ ମନରେଗା ନିର୍ଦ୍ଦେଶକଙ୍କ ଦ୍ୱାରା କରାଯିବ। ଏହି ମାମଲାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ।