ବିମାନ ଡେଣା ପାଲଟିଲା ସାହାରା, ରାତିକ ପାଇଁ ବାପା, ୨ ଝିଅଙ୍କୁ ଦେଲା ଆଶ୍ରୟ

ବୁଲିବାକୁ ଆସି ବରଫରେ ଫସିଲେ ପରିବାର । ଫେସବୁକ୍ ଜରିଆରେ ମାଗିଲେ ସାହାଯ୍ୟ ।

ଅଲାକ୍ସା: ପାଇଲଟ ଏବଂ ତାଙ୍କ ୨ ଝିଅଙ୍କୁ ଏରୋପ୍ଲେନ୍ ଡେଣାରେ ରାତି କାଟିବାକୁ ପଡ଼ିଛି । ଦୁର୍ଘଟଣା ଯୋଗୁ ବିମାନର ଭଗ୍ନାବଶେଷ ସହ ବରଫାବୃତ୍ତ ଆଲାକ୍ସା ହ୍ରାଦରେ ରାତି ବିତାଇଛନ୍ତି ପାଇଲଟ୍ ।

ଦୁର୍ଘଟଣାରେ ଅଳ୍ପେକେ ବର୍ତ୍ତି ଯାଇଥିବା ପାଇଲଟ ଓ ତାଙ୍କର ଦୁଇ ଝିଅ ଉଡାଜାହାଜ ଡେଣାରେ ଆଶ୍ରୟ ନେଇଥିବା ଖବର ଏବେ ଚର୍ଚ୍ଚା ହେଉଛି । ଟେରି ଗଡ୍ସ ଫେସବୁକ ଜରିଆରେ ଲୋକଙ୍କୁ ସାହାଯ୍ୟ ମାଗିଥିଲେ । ରାତି ତମାନ ବିମାନ ଡେଣାରେ ରବିବାର ପାଖାପାଖି ୧୨ ଘଣ୍ଟା ବିତାଇବା ପରେ, ସୋମବାର ଦିନ ନିଖୋଜ ବିମାନର ସନ୍ଧାନରେ ବାହାରି ପଡ଼ିଥିଲେ ୧୨ରୁ ଊଦ୍ଧ୍ୱର୍ ପାଇଲଟ୍ ।

ଟେରି ଜୀବନ ରକ୍ଷା କରିବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲେ । ସେ ସମୟରେ ଉଦ୍ଧାରକାରୀ ପାଇଏଟ ବରଫରେ କିଛିଦୂର ଚାଲିଯିବା ପରେ ତିନିଜଣଙ୍କୁ ଦେଖିବାକୁ ପାଇଥିଳେ ଉଦ୍ଧାରକାରୀ ପାଇଲଟ୍ । ଏହାପରେ ସେମାନଙ୍କ ନିକଟକୁ ଯାଇ ପାଇଏଟ ଏବଂ ତାଙ୍କ ୨ ଝିଅଙ୍କୁ ଉଦ୍ଧାର କରାଯାଇଥିଲା ।

ଉଦ୍ଧାର ପରେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ ଥିବା କୁହାଯାଉଛି । ପାଇପର ପିଏ-୧୨ ସୁପର କ୍ରୁସରରେ ଟେରି ଓ ତାଙ୍କ ୨ ଝିଅ ବୁଲିବା ପାଇଁ ବାହାରିଥିଲେ । କିନ୍ତୁ ବରଫାବୃତ ହ୍ରଦ ନିକଟରେ ତାଙ୍କ ପ୍ଲେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାପରେ ସେମାନଙ୍କୁ ବିମାନ ଡେଣାରେ ନିଛାଟିଆ ବରଫାବୃତ ହ୍ରଦରେ ରାତି କାଟିବାକୁ ପଡ଼ିଥିଲା ।