ଗିରଫ ହେଲେ ପିସିସି ସଭାପତିଙ୍କ ସମେତ ବରିଷ୍ଠ ନେତା ଓ କର୍ମୀ, ସ୍ଥିତି ସାମାନ୍ୟ ହେଉଥିବା ସୂଚନା

ଭୁବନେଶ୍ୱର: ଲୋୟର ପିଏମଜିରୁ ପିସିସି ସଭାପତି ଭକ୍ତ ଦାସ, ବିଧାୟକ ତାରାବାହିନୀ ପତି ଏବଂ ମହମ୍ମଦ ମୋକିମଙ୍କୁ ଗିରଫ କରିନେଇଛି ପୋଲିସ ।

ମାଜିଷ୍ଟ୍ରେଟଙ୍କ ଅର୍ଡର ପରେ ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ସେପଟେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି । ବଡ଼ ବଡ଼ ନେତାଙ୍କୁ ଗିରଫ କରିବା ଦ୍ୱାରା କର୍ମୀ ଶାନ୍ତ ପଡ଼ିବେ ଓ ଆନ୍ଦୋଳନରୁ ଓହରିବା ନେଇ ପୋଲିସ ଆଶା ରଖିଛି ।

ମହିଳାମାନଙ୍କୁ ମହିଳାମାନଙ୍କୁ ମଧ୍ୟ ଟେକିନେଲା ବୋଲିସ । ଟିୟର ଗ୍ୟାସ୍, ପାଣି ଓ ଲାଠି ଚାର୍ଜରେ ବହୁ କର୍ମୀ ଆହତ ହୋଇଛନ୍ତି ।

ସେପଟେ ଗିରଫ ହେବା ନେଇ ଭକ୍ତ ଦାସ କହିଛନ୍ତି, ଗିରଫଦାରୀର ଭୟ ନାହିଁ । ଆଗାମୀ ଦିନରେ ସବୁ ଜିଲ୍ଲାରେ ନ୍ୟାୟ ସତ୍ୟାଗ୍ରହ ହେବ ବୋଲି ଦେଲେ ସୂଚନା ।

ସେପଟେ ଗିରଫ ପରେ ଲୋୟର ପିଏମଜି ସ୍ଥିତି ଧୀରେ ଧୀରେ ସୁଧୁରୁଥିବାର ଦେଖିବାକୁ ମିଳୁଛି ।