fbpx

ଏହି ଭିଟାମିନ ଯୋଗୁଁ ୪ଟି ଦେଶରେ ଲୋପ ପାଇଲା କରୋନା, କିନ୍ତୁ ୟୁରୋପୀୟ ଦେଶରେ..

କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଅନେକ ଲୋକଙ୍କର ପ୍ରାଣ ଯିବା ସହ ବହୁ ଲୋକ ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ବିଶ୍ୱର କିଛି ଦେଶ ଅଛି, ଯେଉଁଠାରେ ଭିଟାମିନ୍ ହି ବ୍ୟବହାର ଦ୍ୱାରା ଏହି କରୋନା ସଂକ୍ରମଣକୁ ଦୁର୍ବଳ କରିଦେଇଛନ୍ତି । ସେହି ଦେଶରେ କରୋନା ଅଧିକ କ୍ଷତି କରିବା ପରିବର୍ତ୍ତେ ଧିରେ ଧିରେ ଲୋପ ପାଇବାକୁ ଲାଗିଛି । ଅନ୍ୟପଟେ ଯେଉଁ ଦେଶରେ ଭିଟାମିନ୍ ଡିର ଅଭାବ ରହିଛି, ସେଠାରେ କରୋନା ମହାମାରୀ ତୀବ୍ର ଭାବରେ ମାଡି ଚାଲିଛି ।

ତେବେ ନରୱେ, ଡେନମାର୍କ, ଫିନଲ୍ୟାଣ୍ଡ ଓ ସ୍ୱିଡେନ ହେଉଛି ସେହି ୪ଟି ଦେଶ, ଯେଉଁଠାରେ ଲୋକଙ୍କର ରକ୍ଷା କବଚ ଭାବେ କାମ କରୁଛି ଭିଟାମିନ ଡି । ଏହି ଭିଟାମିନ ଯୋଗୁଁ ସଂକ୍ରମଣ କମିଗଲା ଓ ଲୋକମାନେ କମ୍ ଅସୁସ୍ଥ ହେଲେ । ଏହା ସହ ଏହି ଦେଶମାନଙ୍କରେ କରୋନା ମୃତ୍ୟୁ ସଂଖ୍ୟା ବି ଅଧିକ ନୁହେଁ, କାରଣ ସେଠାକାର ଲୋକଙ୍କ ଶରୀରରେ ଭରପୂର ମାତ୍ରାରେ ଭିଟାମିନ୍ ଡି ରହିଛି ।

ବୈଜ୍ଞାନିକମାନେ ଦାବି କରୁଛନ୍ତି ଯେ, ୟୁରୋପୀୟ ଦେଶଗୁଡିକରେ ଭିଟାମିନ ଡି ଅଭାବ ଥିବାରୁ ଅଧିକ ଲୋକ ଏହାର କବଜାକୁ ଆସିବରାରେ ଲାଗିଛନ୍ତି । ଭିଟାମିନ ଡି ଅଭାବ ଥିବା ୟୁରୋପୀୟ ଦେଶଗୁଡିକ ମଧ୍ୟରେ ରହିଛି- ସ୍ପେନ୍, ଇଟାଲୀ, ବ୍ରିଟେନ । ଏଥି ସହ ଆମେରିକା, ଭାରତ ଓ ଚୀନ ଲୋକଙ୍କ ମଧ୍ୟରେ ମଧ୍ୟ ଭିଟାମିନ୍ ଡିର ବହୁତ ଅଭାବ ରହିଛି । ସେଥିପାଇଁ ଏହି ଦେଶଗୁଡିକରେ କରୋନା ଭାଇରସ୍ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେବା ସହ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ଘଟୁଛି ।

Get real time updates directly on you device, subscribe now.