ମହିଳା ହବ ତ ଏମିତି, ଏକା ୨ ଚୋରଙ୍କୁ ପାଣି ପିଆଇ ଦେଲେ
ଅନ୍ଧାର ରାତିରେ ମହିଳାଙ୍କ ପର୍ସ ଛଡ଼ାଉ ଥିଲେ ୨ ଚୋର, ହେଲେ ମହିଳା ଜଣଙ୍କ ଚୋରଙ୍କୁ ଓଲଟା ସବକ ସିଖାଇ ଦେଲେ।
ନୂଆଦିଲ୍ଲୀ: ଚୋରି ଡକାୟତି ଏବେ ସମାଜରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଆଉ ବିଶେଷ କରି ରାସ୍ତା ଉପରୁ ମହିଳାମାନଙ୍କ ପାଖରୁ ସୁନା ସହ ଟଙ୍କା ପଇସା ଛଡ଼ାଇ ନେଉଛନ୍ତି ଦୁର୍ବୃତ୍ତ। ହେଲେ ଏବେ ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ସମସ୍ତେ କହୁଛନ୍ତି ସବୁ ମହିଳାଙ୍କୁ ଏପରି ସାହାସ ଦେଖାଇବା ଉଚିତ୍।
କାରଣ ରାତି ଅଧରେ ଏକାକୀ ଜଣେ ମହିଳା ଦୁଇ ଜଣ ଚୋରଙ୍କୁ ନାକେଦମ କରି ଦେଇଛନ୍ତି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଠି ମହିଳାମାନେ ରାତି କ’ଣ ଦିନରେ ବି ଚୋରକୁ ଭୟ କରୁଛନ୍ତି, ସେଠି ଏକା ଜଣେ ମହିଳା ୨ ଜଣ ଚୋରଙ୍କୁ ସାବାଡ଼ କରିଦେଇଛନ୍ତି।
ଚୋରି: ତେବେ ଚୋରି ଘଟଣା ଆଜି କାଲି ଏତେ ବଢିଗଲାଣି ଯେ, ନ କହିବା ଭଲ। ଘରୁ ଗୋଡ଼ ବାହାର କରିବା ପୂର୍ବରୁ ଲୋକ ହଜାରେ ଥର ଭାବୁଛନ୍ତି। ଆଉ ରାସ୍ତାରେ ଆଉ ନିଛାଟିଆ ଜାଗାରେ କାହାକୁ ଏକା ଦେଖିଲେ ଡକାୟତମାନଙ୍କର କଚେ ପୁଅ ବାର।
ଆଉ ରାସ୍ତାରେ ରାତିରେ ମହିଳାମାନେ ତ ଜମାରୁ ବି ସୁରକ୍ଷିତ ନୁହଁନ୍ତି। ଯେଉଁଠି ଦିନ ଦ୍ୱିପ୍ରହରରେ ଡକାୟତି ହୋଇଯାଉଛି , ସେଠି ରାତି ଜକଥା ନ କହିବା ଭଲ। ରାତି ସମୟରେ ଦୁର୍ବୃତ୍ତମାନେ ଲୁଟ୍ କରିବା ଉଦ୍ଦେଶ୍ୟରେ ବୁଲନ୍ତି ଏବଂ ଏହି ସମୟରେ ଅପରାଧର ଆଶଙ୍କା ବହୁ ଗୁଣ ବୃଦ୍ଧି ପାଏ।
ଏହା ଏପରି ଏକ ସୁଯୋଗ, ଯେଉଁଠାରେ ଚୋରମାନେ ସହଜରେ ହାତ ସଫା କରି ଚାଲିଯାଆନ୍ତି। ଯଦିଓ କିଛିଟା ସ୍ଥାନରେ ଚୋର ଧରା ପଡି ଛେଚା ଖାଆନ୍ତି। ହେଲେ ଅଧିକାଂସ ସ୍ଥାନରେ ଚୋରି କରି ଖସି ଯିବାରେ ସଫଳ ହୁଅନ୍ତି।
ଚୋରଙ୍କୁ ପାନେ: ହେଲେ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହା ସମସ୍ତଙ୍କୁ ପ୍ରେରଣା ଦେବ। ଆଉ ଏହି ଭିଡ଼ିଓ ସେୟାର ହେବାର କିଛି ସମୟ ପରେ ପାଖାପାଖି ୧୨ ଲକ୍ଷ ଲୋକ ଏହି ଭିଡ଼ିଓକୁ ଦେଖି ସାରିଲେଣି।
ତେବେ ଘଟଣାଟି କେଉଁଠିକାର ତାହା ସଠିକ୍ ଭାବରେ ଜଣା ପଡିନାହିଁ। ହେଲେ ଭିଡିଓରେ ଜଣା ପଡୁଛି କି ଜଣେ ମହିଳା କାନ୍ଧରେ ନିଜ ଭ୍ୟାନିଟି ଗଳେଇ ରାତିରେ ରାସ୍ତାରେ ଆସୁଛନ୍ତି। ହେଲେ ସେହି ସମୟରେ ଦୁଇ ଜଣ ପିଲା ବାଇକ୍ ଆଣି ତାଙ୍କ ପାଖରେ ରଖୁଛନ୍ତି।
ଆଉ ଜଣେ ପିଲା ମହିଳାଙ୍କ ପାଖରୁ ଭ୍ୟାନିଟି ଛଡ଼ାଇବାକୁ ପ୍ରୟାସ କଲାବେଳେ, ମହିଳା ଜଣଙ୍କ ସାହସିକତାର ସହ ସେହି ଚେରକୁ ମୁକାବିଲା କରୁଛନ୍ତି। ଓଲଟା ଚୋରକୁ ମୁଥା ମାରବାକୁ ଗୋଡାଉଛନ୍ତି। ଫଳରେ ଚୋର ଦୁଇ ଜଣ ବାଇକ୍ ଷ୍ଟାଟ କରି ଚାଲିଯାଉଛନ୍ତି।
ମହିଳାଙ୍କ ସାହାସ: ତେବେ ଏପରି ପରିସ୍ଥିତି ଯଦି ଆପଣଙ୍କ ସହ ଘଟିଥାନ୍ତା ତାହାଲେ ଆପଣ କ’ଣ କରିଥାନ୍ତେ। ନିଶ୍ଚିତ ଭାବରେ ଅନେକ ସମୟରେ ମହିଳାମାନେ ଏପରି ପରିସ୍ଥିତିରେ ନିଶହାୟ ହୋଇ ପଡନ୍ତି। ଆଉ ଚୋର ନିଜ ପ୍ରୟାସରେ ସଫଳ ହୋଇଯାଏ।
ହେଲେ ଏହି ମହିଳାଙ୍କ ଭିଡ଼ିଓ ଭାଇରାଲ ହେବାପରେ ଅନେକ ଲୋକ ମହିଳାଙ୍କ ସାହସିକତାର ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ ତୁମେ ଯାହା କୁହ, ଏହି ଝିଅଟିର ସାହସ ଦେଖି ଚୋରଟି ପଳାଇଗଲା।
ଯେତେବେଳେ ଅନ୍ୟ ଜଣେ ଲେଖିଛନ୍ତି ଯେ କେବେବି କାହାକୁ ଦୁର୍ବଳ ଭାବିବା ଉଚିତ୍ ନୁହେଁ। ଆଉ ଜଣେ ଲେଖିଛନ୍ତି ଯେ ଏହି ଝିଅଟି ବହୁତ ନିର୍ଭୀକ ଏବଂ ସାହସୀ।