ସମ୍ବଲପୁର: ଆଜିଠାରୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ କାର୍ଯ୍ୟ ଆରମ୍ଭ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ ଅଫିସ୍ ।
ଏହି ନିୟମ ଜୁନ୍ ୧୫ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଅର୍ଥାତ୍ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଜୁନ୍ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସକାଳୁଆ ଖୋଲାରହିବ ।
ଅଫିସ୍ ସମୟ ଭିତରେ ଲଞ୍ଚ ବ୍ରେକ୍ ରହିବ ନାହିଁ । ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।ଜିଲ୍ଲାରେ ପାଖାପାଖି ଗୋଟିଏ ମାସ ଧରି ପାରଦ ୪୦ ଛୁଇଁଛି । ଗ୍ରୀଷ୍ମ ପ୍ରବାହର ପ୍ରକୋପ ମଧ୍ୟ କ୍ରମଂଶ ବଢ଼ିବାରେ ଲାଗିଛି ।